Hot Posts

6/recent/ticker-posts

ସହକାରୀ ଶିକ୍ଷକ ମନୋରଞ୍ଜନ କଣ୍ଟାଙ୍କୁ ମିଳିଲା ଅବୈତନିକ ଡକ୍ଟରେଟ ସମ୍ମାନ

ଲଇକେରା, ୦୮/୦୬ ( ନବଦୂତ ) : ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଳକ ଅନ୍ତର୍ଗତ ଗମ୍ଭାରୀଗୁଡା ଗ୍ରାମର ଲମ୍ୱୋଦର କଣ୍ଟା ଏବଂ ରୁକ୍ମଣୀ କଣ୍ଟାଙ୍କ ଓୈାରଷରୁ ଜନ୍ମ ହୋଇଥିବା ଜ୍ୟେଷ୍ଠ ପୁତ୍ର ମନୋରଞ୍ଜନ କଣ୍ଟାଙ୍କୁ ମିଳିଲା ଅବୈତନିକ ଡକ୍ଟରେଟ ସମ୍ମାନ ।ଶ୍ରୀମାନ କଣ୍ଟା ବୃତ୍ତିରେ ସରକାରୀ ଉଚ୍ଚ ବିଦ୍ୟାଳୟ ପାକେଲପଡାରେ ଶିକ୍ଷକ ଥିବାବେଳେ ସାରସ୍ୱତ ସାଧନାକୁ କରିଛନ୍ତି ନିଜ ଜୀବନର ବ୍ରତ । ସହସ୍ରାଧିକ କବିତା ତଥା ଗଳ୍ପର ରଚନା କରି ସାଜିଛନ୍ତି ନିଜ ଅଞ୍ଚଳର ଗର୍ବ ଓ ଗୈାରବ ।ତାଙ୍କ ଉଚ୍ଚକୋଟିର କବିତା ଓ ମନମୁଗ୍ଧକର ଗଳ୍ପ ପାଇଁ ଗତ ତା,୭/ଜୁନ/୨୦୨୬ ମସିହା ରବିବାର ଦିନ କଟକର ଶତାବ୍ଦୀ ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ କଂଭୋକେସନ ସେରିମନିରେ ଜ୍ଞାନଦାନ ଅନୋରାରି ଡକ୍ଟରେଟ ଆୱାର୍ଡ ଫାଉଣ୍ଡେସନ ଦିଲ୍ଲୀ ତରଫରୁ ମିଳିଛି ଡକ୍ଟରେଟ ସମ୍ମାନ । ଶ୍ରୀମାନ କଣ୍ଟା ତାଙ୍କ ନାମ ପୂର୍ବରୁ ସେ ଡକ୍ଟର ଲେଖିପାରିବାର ଯୋଗ୍ୟ ବିବେଚିତ ହୋଇଥିବା ପ୍ରକାଶ କରି ସାହିତ୍ଯ ସାଧନା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଖୁରାକ ଯୋଗାଇବ ବୋଲି ଯୁବ ସମାଜକୁ ମାର୍ଗଦର୍ଶନ କରିଛନ୍ତି । ଶ୍ରୀମାନ କଣ୍ଟାଙ୍କ ଏଭଳି ଏକ କୃତିତ୍ୱ ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲଇକେରା ହିମାଂଶୁ ବାଗ ପ୍ରଶଂସା କରିଛନ୍ତି ।