ପସରା ରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ
ଚକାପାଦ ୨୯/୦୬ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ପସରା ପଞ୍ଚାୟତ ଠାରେ କେନ୍ଦ୍ର ସରକାର ଙ୍କ ୧୨ ବର୍ଷ ପୂର୍ତ୍ତି ଏବଂ ରାଜ୍ୟରେ ଭାଜପା ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ ‘ବିକାଶ ଧାରା ଓଡ଼ିଶା ସାରା’ ଜନସମ୍ପର୍କ ଓ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ପସରା ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମେଗା ଶିବିରରେ ମୁଖ୍ୟ ଅତିଥି ପସରା ସରପଞ୍ଚ ସୁମନ୍ତ ମଲ୍ଲିକ , ସନମାନିତ ଭାବ ପଞ୍ଚାନନ ମଲ୍ଲିକ, ମଣ୍ଟୁ ସାହୁ, ନାଏବ ସରପଞ୍ଚ ରହିଥିବା ବେଳେ ଅଙ୍ଗନବାଡି କର୍ମୀ , ସି ଆର ପି, ଏମ୍ବିକେ, ପ୍ରାଣୀମିତ୍ର, କୃଷିମିତ୍ର, ପଞ୍ଚାୟତ କର୍ମୀ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦେଇ ଥିଲେ। ସରକାରଙ୍କ ଯୋଜନା ବାବଦରେ ସଚେତନତା ସୃଷ୍ଟି କରିଥିଲେ। ଏଥିରେ ରୁନା ନାୟକ ପରିଚଳନା କରିଥିଲେ।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ