Hot Posts

6/recent/ticker-posts

ବରୀର କଳିଙ୍ଗ ନାୟକଙ୍କୁ ଶ୍ରେଷ୍ଠ କଳା ନିର୍ଦ୍ଦେଶକ ପୁରସ୍କାର

ବରୀ, ୨୮/୦୬ ( ରଂଜିତ ମହାନ୍ତି ) : ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ବରୀ ବ୍ଲକ ରତ୍ନଗିରି ପଞ୍ଚାୟତ ରାଉତସାହି ଗ୍ରାମର କଳିଙ୍ଗ କେଶରୀ ନାୟକ ଶ୍ରେଷ୍ଠ କଳା ନିର୍ଦ୍ଦେଶକ ଭାବେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାର ସମ୍ବନ୍ଧିତ ହୋଇଛନ୍ତି। 1 ପ୍ରକାଶ ଥାଉକି ୨୦ ୨୦୨୩ ମସିହାର ଚଳଚ୍ଚିତ୍ର "ପୁଷ୍ପରା' ଓ ୨୦୨୪ ମସିହାର ହାର ଚଳଚିତ୍ର “ରଙ୍ଗାଶୁର' ପାଇଁ ସେ ଲଗାତ ||ତାର ଭାବେ ଶ୍ରେଷ୍ଠ କଳା ନିର୍ଦ୍ଦେଶକ ଭାବେ ମନୋନୀତ ହୋଇଛନ୍ତି I ପ୍ରକାଶ ଥାଉକି ଶ୍ରୀ ନାୟକ ୨୦୦୯ ମସିହାରେ ଚଳଚ୍ଚିତ୍ର “କାଲିର ଅତୀତ' ପାଇଁ ମଧ୍ୟ ଶ୍ରେଷ୍ଠ କଳା ନିର୍ଦ୍ଦେଶକ ଭାବେ ପୁରସ୍କୃତ ହୋଇଥିଲେ। ଶ୍ରୀ ନାୟକ ବର୍ତ୍ତମାନ ବରୀ ଶିକ୍ଷମଣ୍ଡଳ ଣ୍ଡଳ ଅଧୀନସ୍ଥ ରାଉତ ସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ବର୍ତ୍ତମାନ କଳା ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି | ତୁଳସୀ ଦୁଇ ପତ୍ରରୁ ବାସିବା ଭଳି ପିଲାଟି ଦିନରୁ ତାଙ୍କର କଳା ପ୍ରତି ଥୁବା ଆଗ୍ରହ ଓ ଚେଷ୍ଟା ଆଜି ତାଙ୍କୁ ଏହି ଭାବେ ସ୍ଥାନରେ ପହଞ୍ଚାଇ ପାରିଛି ବୋଲି ତାଙ୍କ ବାପା ଓ ମା' ମତ ରଖୁଛନ୍ତି I ଶ୍ରେଷ୍ଠ କଳା ନିର୍ଦ୍ଦେଶକ ବେ ସମ୍ବଦ୍ଧିତ ହୋଇଥିବାର ଖବର ପାଇ ବରୀ ବିଧାୟକ ବିଶ୍ଵରଞ୍ଜନ ମଲ୍ଲିକ, ଜିଲ୍ଲା କଳାକାର ସଙ୍ଘ ସଭାପତି ଅକ୍ଷୟ ବେଉରିଆ, ଶିକ୍ଷକ ନେତା ନିର୍ମଳ କୁମାର ଜେନା, ଦିଲ୍ଲୀପ ଦାସ, ଡ. ନୃସିଂହ ଚରଣ ବେହେରା, ଶିଶୁ ସାହିତ୍ୟିକ ଡ. ଅଜୟ କୁମାର ଦାସ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।