Hot Posts

6/recent/ticker-posts

ସନ୍ଦେହ ଜନକ ମୃତ୍ୟୁ, ଅଭଯୋଗ ଆଣିଲେ ପରିବାର ଲୋକ

ଚକାପାଦ, ୨୯/୦୬ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ପସରା ନିକଟରେ ଥିବା ପଞ୍ଚବଟି ଯୁବଜୋତି ଯୁବକ ସଙ୍ଘ ତରଫରୁ ଚାଲିଥିବା ନିଶାନିବାରଣ କେନ୍ଦ୍ର ଠାରେ ଏକ ଯୁବକ ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ୍ୟୁ ଜଣକ ହେଲେ ପସରା ପଞ୍ଚାୟତ ଗୋଚ୍ଛାବାରି ଗ୍ରାମର ରଞ୍ଜିତ କୁମାର ନାୟକ( ୪୬)। ପରିବାର ଲୋକ ରଞ୍ଜିତ ଙ୍କୁ ମଦ ପିଇବା ଛଡ଼ାଇବାକୁ ବୁଧବାର ଦିନ କେନ୍ଦ୍ର ରେ ଭର୍ତ୍ତି କରିଥିଲେ କିନ୍ତୁ ତାଙ୍କ ମା ସୁମିତ୍ରା ନାୟକ ଗୋଟିଏ ଦିନ ସନ୍ଧ୍ୟା ସମୟରେ ତାଙ୍କୁ ଦେଖିବାକୁ ଯାଇଥିବା ବେଳେ କେନ୍ଦ୍ର କତୃପକ୍ଷ ତାଙ୍କୁ ସିଧାସଳଖ ମନା କରିଦେଇଥିଲେ ସେ ନିରାଶ ହୋଇ ଘରକୁ ଫେରିଥିଲେ। ସେଦିନ ରଞ୍ଜିତ କେନ୍ଦ୍ର ଭିତରେ ହଟାତ ଅଚେତ ହୋଇ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଅଚେତ ଅବସ୍ଥାରେ ତାଙ୍କୁ ପ୍ରଥମେ ବ୍ରହ୍ମଣପାଦ ଡାକ୍ତରଖାନା କୁ ନେଉଥିବା ସମୟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଡାକ୍ତରଖାନା ରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଚକାପାଦ ପୋଲିସ ପହଁଞ୍ଚି ସକାଳେ ଶବ ଜବତ କରି ଫୁଲବାଣୀ ମୁଖ୍ୟ ଡାକ୍ତରଖାନା କୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ହେଲେ ରଞ୍ଜିତ ଙ୍କୁ ମାରି ଦେଇଛନ୍ତି ବୋଲି ତାଙ୍କ ସ୍ତ୍ରୀ ସୋଭାଗ୍ୟ ନାୟକ, ପୁଅ ବାଦଲ ନାୟକ ଓ ଜିତୁ ନାୟକ ହତ୍ୟା ଅଭିଯୋଗ ବୋଲି ଥାନା ରେ ବଖାଣିଥିଲେ। ଅନ୍ୟ ପକ୍ଷରୁ ରେ କେନ୍ଦ୍ର ପରିଚାଳନା ଦାୟିତ୍ୱ ରେ ଥିବା ବିବେକାନନ୍ଦ ବଳ ଏହାକୁ ଭିତ୍ତିହୀନ ବୋଲି କହିଥିଲେ।ଏନେଇ ନିଶା ନିବାରଣ କେନ୍ଦ୍ର ର ଡାକ୍ତର ଦିଲୀପ କୁମାର ମିଶ୍ର ଏତଲା ଅନୁସାରେ ଚକାପାଦ ଥାନାରେ କେସ ନମ୍ବର ୫/୨୬ ରେ ଏକ ଅପମୃତ୍ୟୁ ମାମଲା ହୋଇଛି। ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁ ର କାରଣ ଜଣାପଡିବ ବୋଲି ଥାନା ଅଧିକାରୀ ରବୀନ୍ଦ୍ର ହେମ୍ବ୍ରମ ସୂଚନା ଦେଇଛନ୍ତି।




କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ