ବିକାଶର ଧାରା ଓଡ଼ିଶା ସାରା” ଅବସରରେ ବୁଦ୍ଧିଜୀବୀ ଓ ବିକାଶଧାରା ସମ୍ମିଳନୀ ଅନୁଷ୍ଠିତ ।
ଉମରକୋଟ, ୨୯/୦୬ (ନକୁଲ ଭତରା) : ଆଜି ଉମରକୋଟ ଏସ ଏସ ହୋଟେଲ ଠାରେ ରାଜ୍ୟ ସରକାର ଙ୍କ ଦୁଇ ବର୍ଷ ଉପଲବ୍ଧି ର ବିଭିନ୍ନ କାର୍ଯ୍ୟ ଧାରା କୁ ନେଇ ବୁଦ୍ଧିଜୀବୀ ଓ ବୃତ୍ତିଧାରୀ ସମ୍ମିଳନୀ ଶୋଭା ଅନୁଷ୍ଠିତ ହୋଇଯାଇଅଛି ।ଏହି ପରାମର୍ଶ ଓ ପ୍ରଶ୍ନ ମଞ୍ଚ ରେ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ସମାଧାନ ବିଷୟରେ କର୍ଣ୍ଣପାତ କରିଛନ୍ତି ମାନ୍ୟବର ମନ୍ତ୍ରୀ ବିଭୁତି ଭୂଷଣ ଜେନା ଓ ବିଧାୟକ ନରସିଂହ ଭତ୍ରା।, ନବରଙ୍ଗପୂର୍ ବିଧାୟକ ତଥା ଯୋଜନା ବୋର୍ଡ ଅଧକ୍ଷ ଗୌରି ଶଙ୍କରମାଝୀ, ରାଜ୍ୟରେ ସରକାର ଙ୍କ ବିଭିନ୍ନ ଜନହିତ କାରି କାର୍ଯ୍ୟ ଚାଲିଥିବା ବେଳେ ଏନେଇ ସ୍ଥାନୀୟ ବୁଦ୍ଧିଜୀବୀ ଙ୍କ ମତ ଓ ବିଚାର ବୀମାର୍ଷ ଲୋଡୁଛନ୍ତି ସ୍ଥାନୀୟ ଜନ ପ୍ରତିନିଧି। ସରକାର ଙ୍କ କାର୍ଯ୍ୟାଧାରା କିପରି ରହିଛି ଓ କିପରି ହେବା ଆବଶ୍ୟକ ସେ ସମ୍ପର୍କ ରେ ସ୍ଥାନୀୟ ହୋଟେଲ ରେ ଝରିଗାଁ ନିର୍ବାଚନ ମଣ୍ଡଳୀର 200 ରୁ ଉର୍ଦ୍ଧ ବୁଦ୍ଧିଜୀବୀ ନିଜ ର ମତ ରଖିଥିଲେ। ଝରିଗାଁ ଓ ଚନ୍ଦାହାଣ୍ଡି ପରି ଏକ ଜନ ବହୁଳ ଆଦିବାସୀ ଅଧ୍ୟୁଷିତ ଅଂଚଳ ରେ ସ୍ଥାନୀୟ ଜନ ଜାତି ଙ୍କ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଜୁଳି ପରି ପ୍ରଶ୍ନ ରଖି ବୁଦ୍ଧିଜୀବୀ ଉଭୟ ମନ୍ତ୍ରୀ ଓ ବିଧାୟକ ଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ଜଣେ ପୂର୍ବତନ ଶିକ୍ଷାବିତ ଓ ସାହିତ୍ୟିକ କୈଳାସ ଚନ୍ଦ୍ର ବେହେରା ସ୍ଥାନୀୟ ପୋଡ଼ାଗୋଡ ପିଠ ର ଐତିହାସିକ ନଳ ବଂଶ ରାଜା ର ଇତିହାସ ବିଷୟରେ ଆମ ରାଜ୍ୟ ସରକାର ପାଠ୍ୟ ପୁସ୍ତକରେ ସ୍ଥାନ ଦେବା କୁ ପ୍ରସ୍ତାବନା ଦେଇଥିଲେ। ପ୍ରେମାନନ୍ଦ ପାଣ୍ଡେ କର୍ଷାହାଣ୍ଡି ର ବୁଦ୍ଧିଜୀବୀ ଉଭୟ ମନ୍ତ୍ରୀ ଓ ବିଧାୟକ ଙ୍କୁ ଜିଲ୍ଳା ଭିତ୍ତିକ ନିଯୁକ୍ତି ନ ଥିବାରୁ ବହୁ ଶିକ୍ଷିତ ଯୁବକ ବେକାରୀ ସମସ୍ୟା ନେଇ ନିଜ ର ଯୁକ୍ତି ରଖିଥିଲେ. । ପରେ ମନ୍ତ୍ରୀ ସବୁ ଯାକ ର ପ୍ରଶ୍ନ ଉତ୍ତର ରଖିଥିଲା ବେଳେ ବୁଦ୍ଧିଜୀବୀ ଙ୍କ ର ପରାମର୍ଶ ଗ୍ରହଣ କରିଥିଲେ। ବୁଦ୍ଧିଜୀବି ପୁରୁଷତ୍ତମ ପାରୀ ଜୁନାଗଡ ରୁ ଭାୟା ଚନ୍ଦାହାଣ୍ଡି, ଉମରକୋଟ ଜଗଦଲପୂର୍. କୁ ରେଳ ପଥ ର ଆବଶ୍ୟକତା ଅଛି ବୋଲି ଉପସ୍ଥାପନା ରଖିଥିଲେ ।ଏହି କାର୍ଯ୍ୟକ୍ରମ ରେ ମାନ୍ୟବର କ୍ୟାବିନେଟ୍ ମନ୍ତ୍ରୀ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ବିଭାଗ ଓଡିଶା ସରକାର ଭିବୁତି ଚରଣ ଜେନା , ଝରିଗାଁ ବିଧୟକ ଶ୍ରୀଯୁକ୍ତ ନରସିଂହ ଭତରା, ବିଜେପି ରାଜ୍ୟ ଉପସଭାପତି ରମେଶ ସାହୁ ବରିଷ୍ଠ ବୁଦ୍ଧିଜୀବି ସୂର୍ଯ ପଟ୍ଟନାୟକ, ସାଇମନ ବିଡିକା ଏବଂ ଚନ୍ଦାହାଣ୍ଡି ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ବିଶିକେସନ ପାଢ଼ୀ ଓ ବୁଦ୍ଧିଜୀବୀ ଏବଂ ବୃତ୍ତିଧାରୀ ଉପସ୍ଥିତ ରହିଥିଲେ।