Hot Posts

6/recent/ticker-posts

ରାୟଗଡରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ କାର୍ଯ୍ୟକ୍ରମ ପାଳନର ତୃତୀୟ ଦିନ

ରାୟଗଡ, ୨୯/୦୬ ( ଭି. ଗୌରି ଶଙ୍କର ରାଓ ) : ତା ୨୯ /୦୬/୨୦୨୫ ରିଖ ସ୍ଥାନୀୟ ଜିଲ୍ଲା ଶିଳ୍ପ କେନ୍ଦ୍ର ରାୟଗଡ ଆନୁକୂଲ୍ୟରେ ଉଦ୍ୟୋଗ ଦିବସ ପାଳନ ନିମନ୍ତେ ଗତ ୨୭/୦୬/୨୦୨୬ ଠାରୁ ଗୋବିନ୍ଦ ଚନ୍ଦ୍ର ଦେବ (G.C.D) ହାଇସ୍କୁଲ ପଡିଆରେ, ଚାଲୁଥିବା "ଉଦ୍ୟମୀ ଓଡ଼ିଶା MSME କାର୍ଯ୍ୟକ୍ରମ" ର ଆଜି ତୃତୀୟ ଦିବସ ପାଳନ କରାଯାଇଛି। ମୁଖ୍ୟ ଅତିଥି ଏବଂ ମୁଖ୍ୟ ବକ୍ତା ରୂପେ ଶ୍ରୀ ଦୁର୍ଗା ଚରଣ ଭୂୟାଁ, Deputy CEO, ORMAS, ରାୟଗଡ, ସମ୍ମାନୀତ ଅତିଥି ରୂପେ N. କୋଟୀରତ୍ନମ, MSME DFO, ରାୟଗଡ ଏବଂ ଶ୍ରୀ ଲକ୍ଷ୍ମୀକାନ୍ତ ଜେନା, Team Lead, DIPA, ରାୟଗଡ ଯୋଗଦେଇଥିଲେ। ଜିଲ୍ଲା ଶିଳ୍ପ କେନ୍ଦ୍ର ର ସାଧାରଣ ପରିଚାଳକ ଶ୍ରୀ ଚିତ୍ତରଞ୍ଜନ ମଲ୍ଲିକ ଙ୍କ ସଭାପତିତ୍ଵ ରେ ସ୍ଵାଗତ ବକ୍ତବ୍ୟ ଆରମ୍ଭ କରି ପ୍ରାରମ୍ଭିକ ସୂଚନା, ବିଭାଗ ଦ୍ଵାରା କାର୍ଯ୍ୟକାରୀ ବିଭିନ୍ନଯୋଜନା ବିଷୟରେ ବର୍ଣ୍ଣନା କରିଥିଲେ।  ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଏବଂ ସମ୍ମାନୀତ ଅତିଥି ଉତ୍ପାଦ ଗୁଡିକର ବଜାରିକରଣ, ବ୍ରାଣ୍ଡିଙ୍ଗ, ପ୍ୟାକେଜିଙ୍ଗ, ପ୍ରମାଣ ପତ୍ର, GeM, ZED, ONDC, ODOP ଏବଂ ସରକାରୀ ସହାୟତା ଓ ଭିତ୍ତିଭୂମି ବିଷୟରେ ଗଭୀର ଭାବରେ ଆଲୋକପାତ କରିଥିଲେ। । ଉକ୍ତ କାର୍ଯ୍ୟକ୍ରମକୁ AIO ଶ୍ରୀ ବେଦାର୍ଚନ ରାୟ, ଶ୍ରୀ ସ୍ମୃତିଚନ୍ଦନ ପ୍ରଧାନ, ଶ୍ରୀ ଚିତ୍ତରଞ୍ଜନ ମେହେର, ଶ୍ରୀ ଦୀପକ ହାଁସଦା, ସୂରଜ କଣ୍ଡୁଲାନl, IPO ଶ୍ରୀ ସୁବ୍ରତ ପଟ୍ଟନାୟକ ଓ ବରିଷ୍ଠ ସହାୟକ ସୌମିତ୍ର ପଟ୍ଟନାୟକ, ତ୍ରିଲୋଚନ ଦାସ, ଦୀପା ଅଧିକାରୀ ଶ୍ରୀ ଲକ୍ଷ୍ମୀକାନ୍ତ ଜେନା, ସୁନୀଲ ପ୍ରଧାନ ସଭା ପରିଚାଳନାରେ ସହଯୋଗ କରିଥିଲେ।