କଟକର ସଚେତନ ନାଗରିକ।
କଟକ, ୧୯/୦୬ ( କାହୁଁ ଚରଣ ବାରିକ ) : ଆଜି ଢୁ ଢୁ ବର୍ଷା ହେଉଥିବା ବେଳେ କଟକ ଶଗଡ଼ିଆ ସାହି ପ୍ରଫେସର ପଡା ଦୁର୍ଗା ମଣ୍ଡପ ସମ୍ମୁଖରେ ଜଣେ ଭାଇ ହାତରେ ପ୍ଲାଷ୍ଟିକ ପାଇପ୍ ଓ ଛତା ଧରି ରାସ୍ତାରେ ଜମିଥିବା ବର୍ଷା ଜଳ ନିଷ୍କାସନ ପାଇଁ ପ୍ରୟାସ ଜାରି ରଖିଥିଲେ। ଅଳିଆ ଆବର୍ଜନା ଜମିଯିବା କାରଣରୁ ଡ୍ରେନ ଭିତରକୁ ରାସ୍ତାର ଜଳ ଯାଇ ପାରିଲା ନାହିଁ। ତେଣୁ ଭାଇ ଜଣଙ୍କ ନିଜର ପ୍ରୟାସ ଜାରି ରଖି ଜଳ ନିଷ୍କାସନ କରାଇଥିଲେ। ସତରେ ଭାଇ ଙ୍କ କାର୍ଯ୍ୟ କୁ ଯେତେ ବି ପ୍ରଶଂସା କରିବା ତାହା କମ୍ ପଡିବ। ସଚେତନ ନାଗରିକ ର କର୍ତ୍ତବ୍ୟ ପାଳନ ର ଉଦାହରଣ ହେଉଛନ୍ତି ଭାଇ ଜଣଙ୍କ।