ଜନସମ୍ପର୍କ ପଦଯାତ୍ରାରେ ସାମିଲ ହୋଇ ଲୋକଙ୍କ ସୁଖ-ଦୁଃଖ ବୁଝିଲେ ନେତୃବୃନ୍ଦ
ଝରୀଗାଁ, ୧୪/୦୬ (ନକୁଳ ଭତରା) : ଝରୀଗାଁ ବ୍ଲକ ଅନ୍ତର୍ଗତ ରତାଖଣ୍ଡିଗୁଡା ପଞ୍ଚାୟତର ପର୍ସଲା ଗ୍ରାମରେ ଆଜି "ଜନ ବିଶେଷ ସମ୍ପର୍କ ଯାତ୍ରାଓ କମିନେଟି ସେଣ୍ଟର ଶୁଭ ଉଦଘାଟନ, ଚିତାବେଡା ପଂଚାୟତ ଜାମାଗୁଡା, ଜନ ସମ୍ପର୍କ ଦୁଇଟା ସାହିରେ କମିନିଟି ହଲ ଶୁଭ ଭିତି ପ୍ରସ୍ତର, ଡ଼ୁମର ପଦର ଜନ ସମ୍ପର୍କ, ଏକମ୍ବା ପଂଚାୟତରେ ମା ଠାକୁରାଣୀ ଭୋଗମଣ୍ଡପ ନିର୍ମାଣ ଶିବ ମନ୍ଦିର ଭୋଗମଣ୍ଡପ, ଜନ ସମ୍ପର୍କ, ଶୁଭାରମ୍ଭ, ଗୋରମ୍ବା ଅତିରିକ୍ତ ଶ୍ରେଣୀ ଗୃହ ଶୁଭ ଉଦଘାଟନ ଧନପୁର ଭୋଗ ମଣ୍ଡପ ଭିତ୍ତି ପ୍ରସ୍ତର, ବାନୁଆଗୁଡା ପଂଚାୟତ ର ଘଲଘଲଆ ଗୁଡା ଠାରେ କମିନେଟି ହଲ ଗୁରୁସିଙ୍ଗା ପଂଚାୟତ ରେ କମିନେଟିହଲଓ ଭୋଗ ମଣ୍ଡପ, ଝରୀଗାଁ ପଂଚାୟତ କ୍ଳବ ଘର ଦନ୍ତେଶ୍ଵରୀ ମନ୍ଦିର ଭୋଗ ମଣ୍ଡପ ଜଗନ୍ନାଥ ମନ୍ଦିର ଭୋଗ ମଣ୍ଡପ କୁଟ୍ରି ଛlପର ପଂଚାୟତ ଚିକିଳି ଠାରେ ଶିବ ମନ୍ଦିର କମିନେଟି ସେଣ୍ଟର ଓ କଲେଗାଁ ଠାରେ ମଣ୍ଡପ ଗୁହ, ବାଣୁଆ ଗୁଡା ଠାରୁ ଭୁଷା ଗୁଡା କମିନେଟି ସେଣ୍ଟର ସିନ୍ଦୀ ଗୁଡା ଠାରେ ଏଡିସନାଲ ରୁମ ଶୁଭ,ପଦ ଯାତ୍ରା କାର୍ଯ୍ୟକ୍ରମ ଉତ୍ସାହର ସହିତ ଅନୁଷ୍ଠିତ ହୋଇଥିଲା। ଏହି ଯାତ୍ରା ଝରୀଗାଁ ବିଧାୟକ ନରସିଂହ ଭତରା, ରାଜ୍ୟ କାର୍ଯ୍ୟ କରିଣୀ ସଦସ୍ୟ ଗୋବିନ୍ଦ ଜୈନ, ବରିଷ୍ଠ ଜିଲ୍ଲା ସମ୍ପାଦିକା ସୁମିତ୍ରା ମାଝୀ ସାଂସଦ ପ୍ରତିନିଧି ଚନ୍ଦ୍ର ଭାନୁ ନାୟକ, ବିଜେପି ନେତା ଅକାଳୁଜାଳି, କୃଷକ ମୋରଚl ଜଗଦିଶ କଳାର ଝରୀଗାଁ ମଣ୍ଡଳ ସଭାପତି ସୁକାଳୁ ଗଣ୍ଡ, ଭୁଜବଳଗୌଡ଼, ଗଜେନ୍ଦ୍ର ପାଣ୍ଡେ ସୁଦାମ ତିୱାରୀ,ପ୍ରଫୁଲ ପ୍ରଧାନୀ, ଦଶରଥ ସାନ୍ତା ପୁରୁଷୋତ୍ତମଗଣ୍ଡ ସବୁ ପଂଚାୟତ ସଭାପତି ମାନେ ଉପସ୍ଥିତ ଥିଲେ ଓ ଦଳୀୟ କର୍ମୀମାନେ ଘରେ ଘରେ ପହଞ୍ଚି ସାଧାରଣ ଲୋକଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରିଥିଲେ। କାର୍ଯ୍ୟକ୍ରମ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା,ଅର୍ଣ୍ଣ ପୂର୍ଣ୍ଣ ଯୋଜନା ବିକାଶମୂଳକ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ,ପଦକ୍ଷେପ ଏବଂ ସରକାରଙ୍କ ଉପଲବ୍ଧି ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା। ସେହିପରି ଗ୍ରାମବାସୀଙ୍କ ସମସ୍ୟା, ଅଭାବ-ଅଭିଯୋଗ ଓ ବିଭିନ୍ନ ଦାବି ଶୁଣି ସେଗୁଡ଼ିକର ସମାଧାନ ପାଇଁ ପ୍ରୟାସ କରାଯିବ ବୋଲି ଆଶ୍ୱାସନ ଦିଆଯାଇଥିଲା। ଜନସାଧାରଣଙ୍କ ଆଶୀର୍ବାଦ ଓ ସହଯୋଗକୁ ପାଥେୟ କରି ଆଗାମୀ ଦିନରେ ମଧ୍ୟ ଏଭଳି ଜନସମ୍ପର୍କ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଆୟୋଜକମାନେ କହିଛନ୍ତି। ଲୋକଙ୍କ ସେବା ଏବଂ ଅଞ୍ଚଳର ସର୍ବାଙ୍ଗୀଣ ବିକାଶ ପାଇଁ ସେମାନେ ସଦା ସମର୍ପିତ ରହିବେ ବୋଲି ବିଧାୟକ ମତ ପ୍ରକାଶ କହିଥିଲେ |