Hot Posts

6/recent/ticker-posts

ଗୀତା ଭବନରେ ଭାଗବତ ପାଠ ହୋମ ଓ ୪ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ।

​ଜୟପୁର, ୧୫/୦୬ ( ଏ. ଭେଙ୍କଟ ରାଓ ) : ସହରର ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର "ଗୀତା ଭବନ" ପରିସରରେ ଆଗାମୀ ଦିନରେ ଭାଗବତ ପାଠ ଓ ୪ ପ୍ରହର ନାମ ଯଜ୍ଞ ମହାସମାରୋହରେ ପାଳନ କରାଇଛି। ଅଞ୍ଚଳର ଆଧ୍ୟାତ୍ମିକ ପରିବେଶକୁ ଅଧିକ ଋଦ୍ଧିମନ୍ତ କରିବା ଏବଂ ବିଶ୍ୱ ଶାନ୍ତି ତଥା ଜନକଲ୍ୟାଣ ଉଦ୍ଦେଶ୍ୟରେ ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ​ଆୟୋଜକ କମିଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବହୁ ପ୍ରତୀକ୍ଷିତ ଧାର୍ମିକ ମହୋତ୍ସବରେ ପ୍ରତିଦିନ ଶ୍ରଦ୍ଧାଳୁମାନେ ପବିତ୍ର ଓଡ଼ିଆ ଭାଗବତ ପାରାୟଣ ହୋମ ଓ ପ୍ରବଚନର ବ୍ୟବସ୍ଥା ହୋଇଛି। ସ୍ଥାନୀୟ ତଥା ଆଖପାଖ ଅଞ୍ଚଳର ପ୍ରସିଦ୍ଧ ପଣ୍ଡିତ ଓ ପ୍ରବଚକମାନେ ଯୋଗଦେଇ ଭାଗବତ କଥାମୃତ ପରିବେଷଣ କରିଥିଲେ।​ଏହା ସହିତ ଅହୋରାତ୍ର ଚାଲୁଥିବା ୪ ପ୍ରହର ନାମ ଯଜ୍ଞ ହରିନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅଞ୍ଚଳବାସୀଙ୍କ ମଧ୍ୟରେ ମୁଖ୍ୟ ଆକର୍ଷଣ ସାଜିଛି। ଏହି ନାମ ଯଜ୍ଞରେ ବିଭିନ୍ନ ଅଞ୍ଚଳରୁ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ "ହରେ କୃଷ୍ଣ" ମହାମନ୍ତ୍ର ଧ୍ୱନିରେ ଗୀତା ଭବନ ପରିସରକୁ ବୈକୁଣ୍ଠ ପୁରୀରେ ପରିଣତ କରିଥିଲେ। ​ଉତ୍ସବକୁ ସୂଚାରୁରୂପେ ପରିଚାଳନା କରିବା ପାଇଁ ଗୀତା ଭବନ ପରିଚାଳନା କମିଟି ଆୟୋଜନ କରିଥିଲେ । ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ, ମହାପ୍ରସାଦ ସେବନ ଓ ଯଜ୍ଞ ପରିକ୍ରମା ପାଇଁ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।​ଏହି ପବିତ୍ର ଅଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଜୟପୁର ସହର ତଥା ସମଗ୍ର କୋରାପୁଟ ଜିଲ୍ଲାର ଜନସାଧାରଣ ଓ ଭକ୍ତବୃନ୍ଦ ଯୋଗଦେଇ ଭଗବାନଙ୍କ କୃପାଲାଭ କରିବାକୁ ଗୀତା ଭବନ ଅନୁଷ୍ଠାନ ପକ୍ଷରୁ ବିନୀତ ଅନୁରୋଧ କରାଯାଇଥିଲା। ଚାରି ପ୍ରହର ନାମ ଯଜ୍ଞକୁ ଗୁରୁ ରତ୍ନାକର ନାରଜି ଏବଂ କୃଷ୍ଣ ଚନ୍ଦ୍ର ପାଳ ବାବୁଲା ପରିଚାଳନା କରିଥିଲେ।