ବାଦ ବିବାଦ ମଧ୍ୟରେ ଅନ୍ତ ବହୁମୁଖି କାର୍ଯ୍ୟକେନ୍ଦ୍ର ର ଉଦ୍ଘାଟନ
କଳାହାଣ୍ଡି ୨୮/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭବାନୀପାଟଣା କେସିଙ୍ଗା ବିଜେଡି ସରକାର ଅମଳରେ ବ୍ୟୟବରାଦ ହୋଇ କେସିଙ୍ଗା ଏନ୍ ଏ ସି ଦ୍ଵାରା କେସିଙ୍ଗା ବଗାଡ ୱାର୍ଡ ନଂ ୨ ରେ ପ୍ରାୟ ୧ କୋଟି ୫୦ ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିବା ବହୁମୁଖି କାର୍ଯ୍ୟକ୍ରମ କୋଠା ଶନିବାର ଦିନ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ , ରାଜ୍ୟସଭା ସାଂସଦ ସୁଜିତ କୁମାର , ବିଧାୟକ ସାଗର ଚରଣ ଦାସ ଙ୍କ କର କମଳ ରେ ଉଦ୍ଘାଟିତ ହେବ ବୋଲି ସହରର ସମସ୍ତ ଗଣମାଧ୍ୟମ କୁ ଏନ୍ ଏ ସି ନଗରପାଲ ଙ୍କ ପକ୍ଷରୁ ସୂଚନା ଦିଆ ଯାଇଥିଲା ଠିକ୍ ସମୟରେ ଗଣମାଧ୍ୟମ ପ୍ରତିନିଧି ମାନେ ପହଞ୍ଚିଥିଲେ ଦେଖିଲା ବେଳକୁ ଉଦ୍ଘାଟନ ସ୍ଥଳୀ ରେ କେହି ନଥିଲେ।ପରେ ବିଶେଷ ସୂତ୍ର ରୁ ଶୁଣିବାକୁ ମିଳିଥିଲା ଯେ ଉଦ୍ଘାଟକ ଭାବରେ ଲୋକସଭା ସାଂସଦ , ରାଜ୍ୟସଭା ସାଂସଦ ଓ ସ୍ଥାନୀୟ ବିଧାୟକ ଙ୍କ ସମେତ ବିଜେଡି ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଙ୍କ ନାମ ଉଦ୍ଘାଟନୀ ଫଳକ ରେ ଦେଖି ବାଦ ବିବାଦ ଆରମ୍ଭ ହୋଇ କେସିଙ୍ଗା ବିଜେପି କର୍ମୀ ଙ୍କ ଚାପରେ ଜିଲ୍ଲାପାଳ ଉଦ୍ଘାଟନୀ ଉତ୍ସବକୁ ଶନିବାର ଦିନ ସ୍ଥଗିତ ରଖିବା ଯୋଗୁଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଙ୍କ ଆଦେଶ କ୍ରମେ ଏନ୍ ଏ ସି କର୍ମଚାରୀ ଆସି ଉଦ୍ଘାଟନୀ କେନ୍ଦ୍ରରେ ତାଲା ପକାଇ ଚାଲିଯାଇଥିଲେ ବୋଲି କେସିଙ୍ଗା ନଗରପାଲ ନୃପରାଜ ଯାଦବ ଅଭିଯୋଗ କରିଛନ୍ତି । ଜଣେ ବିଜେପି କାଉନସିଲର ଅନୁପସ୍ଥିତିରେ ନିଜେ ନଗରପାଲ ଏବଂ ବାକି ସମସ୍ତ ୧୧ ଜଣ କାଉନସିଲର ଓ ୱାଡ ବାସୀ ଙ୍କ ଉପସ୍ଥିତିରେ ଉଦ୍ଘାଟନ ସ୍ଥଳୀରେ ପହଞ୍ଚି କଟର ସାହାଯ୍ୟରେ ତାଲା ଭାଙ୍ଗି ଉଦ୍ଘାଟନ ଫଳକ ଲଗାଇ ବହୁମୁଖି କାର୍ଯ୍ୟକେନ୍ଦ୍ର କୁ ନଗର ପାଲ ଉଦ୍ଘାଟନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅନ୍ୟାନ୍ୟ ଏନ୍ ଏ ସି କର୍ମଚାରୀ ଙ୍କ ଅନୁପସ୍ଥିତି ସମ୍ପର୍କରେ କାର୍ଯ୍ୟନିର୍ବାହୀ ଚିନ୍ମୟ ଆଚାର୍ଯ୍ୟ ଙ୍କୁ ପଚାରିବାରୁ ଶନିବାର କୌଣସି ଉଦ୍ଘାଟନୀ ଉତ୍ସବପାଇଁ ପ୍ରଶାସନ ପକ୍ଷରୁ ଗଣମାଧ୍ୟମ ଙ୍କୁ ଖବର ଦିଆଯାଇ ନାହିଁ କି ଉଦ୍ଘାଟନ ସମ୍ପର୍କୀୟ ଖବର ମୋ ପାଖରେ ନାହିଁ ବୋଲି କହିଥିଲେ।ପରେ ଆମେ ନଗରପାଲ ବିଜେପି ଉପରେ କରିଥିବା ଅଭିଯୋଗ ବିଷୟରେ ଟାଉନ ବିଜେପି ସାଧାରଣ ସମ୍ପାଦକ ଯୁଗଳ କିଶୋର ଦୀପ ଙ୍କ ପ୍ରତିକ୍ରିୟା ନେବାରୁ ସେ କହିଥିଲେ ଯେ ଲୋକଙ୍କ ସେବାରେ ଆସିବାକୁ ଥିବା କୋଠା ଉଦ୍ଘାଟନ କୁ ବିଜେପି ବିରୋଧ କରିନାହିଁ ବରଂ ନଗର ପାଲ ଙ୍କ ମନମୁଖି ଓ ଏକଛତ୍ରବାଦ କାର୍ଯ୍ୟ ଓ କେସିଙ୍ଗା ରେ ଜୁନାଗଡ଼ ବିଧାୟକ ଙ୍କ ନାମ କୁ ବିରୋଧ କରିଥିଲୁ ଏବଂ ଶନିବାର ଦିନ ସାରା ରାଜ୍ୟର ଏମ ଏସ ଏମ ଇ ପାର୍କ ର ଉଦ୍ଘାଟନ ଥିବାରୁ ସମସ୍ୟା ଉପୁଜିଛି ଓ ବିନା କାରଣରେ ନଗରପାଲ ବିଜେପି କୁ ବଦନାମ କରୁଛନ୍ତି ବୋଲି ପ୍ରକାଶ କରିଥିଲେ। ଯାହାବି ହେଉ ବହୁ ମୁଖି କେନ୍ଦ୍ର ଉଦ୍ଘାଟନ ହୋଇ ଯାଇଛି ୱାର୍ଡ ବାସୀ ଙ୍କ ସମେତ ସମସ୍ତ କେସିଙ୍ଗା ର ଜନସାଧାରଣ ଏଥିରେ ଉପକୃତ ହେବେ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ବୋଲି ଜଣ ସାଧାରଣରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି