କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH)ରେ ଚିକିତ୍ସା ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟ ଅଭିଯୋଗ ଆଣିଲେ ପରିବାର ଲୋକେ।
କଳାହାଣ୍ଡି, ୩୦/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : ଡାକ୍ତର ଙ୍କ ଚିକିତ୍ସା ଅବହେଳା ରୁ ଗଲା ରୋଗୀଙ୍କ ଜୀବନ। କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH)ରେ ଚିକିତ୍ସା ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ନର୍ଲା ଥାନା ଅନ୍ତର୍ଗତ ସରିଆ ଗ୍ରାମର ସ୍ୱର୍ଗତ ସ୍ନେହଲତା ବାହିନୀପତି (୫୫)ଙ୍କ ଚିକିତ୍ସା ଅବହେଳା ରୁ ମୃତ୍ୟୁ ହୋଇଥିବା ନେଇ ପୁଅ ଆଶୁତୋଷ ବାହିନିପତି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ମୃତ୍ୟୁ ସ୍ନେହଲତାଙ୍କୁ ଗତ ୨୬/୫/୨୦୨୬ରେ DHHରେ ଭର୍ତ୍ତି କରାଯାଇଥିଲା ଏବଂ ୨୮/୫/୨୦୨୬ରେ ଡିସଚାର୍ଜ କରାଯାଇଥିଲା। ପରିବାରର ଅଭିଯୋଗ ଅନୁଯାୟୀ, ଡିସଚାର୍ଜ ସମୟରେ ବ୍ଳଡ ରିପୋର୍ଟ ଅସ୍ବାଭାବିକ ଥିଲା କିନ୍ତୁ ଡାକ୍ତର ସ୍ୱାସ୍ଥ୍ୟାବସ୍ଥା ସମ୍ବନ୍ଧୀୟ ରିପୋର୍ଟ ସ୍ୱାଭାବିକ ଥିବା କହି ଡିସଚାର୍ଜ କରିଦେଲେ । କିନ୍ତୁ ଘରକୁ ଆଣିବା ପରେ ୨୯/୫/୨୦୨୫ରେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାର ଲୋକଙ୍କ କହିବା ଅନୁଯାୟୀ, ଡାକ୍ତର ତାଙ୍କୁ ଅବହେଳା କାରଣ ରୁ ମୃତ୍ୟୁ ହୋଇଥିବା କହିଛନ୍ତି ।ଏନେଇ ଆଶୁତୋଷ ଜିଲ୍ଲାପାଳ, ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଜାତୀୟ ମାନବାଧିକାର କମିଶନ (NHRC)ଙ୍କ ନିକଟରେ ଲିଖିତ ଅଭିଯୋଗ କରି ଘଟଣାର ତଦନ୍ତ ସହ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପର୍ଟ