Hot Posts

6/recent/ticker-posts

SIR କୁ ନେଇ କଲାହାଣ୍ଡି ଜିଲ୍ଲାପାଳ ଙ୍କ ସାମ୍ବାଦିକ ସମିଳନୀ।

କଳାହାଣ୍ଡି, ୩୦/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : ଆଜି ଠାରୁ କଲାହାଣ୍ଡି ଜିଲ୍ଲାରେ ଆରମ୍ଭ ହେବ SIR. ଜିଲ୍ଲାର ୬ଟି ବିଧାନସଭା ଅଞ୍ଚଳରେ ଆଜି ଠାରୁ ଭୋଟର୍ ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଆରମ୍ଭ ହେବ । ଏନେଇ କଲାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଇଛନ୍ତି । ଆଜି ଠାରୁ ଜୁନ୍ ୨୮ ତାରିଖ ଯାଏ ବୁଥ୍ ସ୍ତରୀୟ ଅଧିକାରୀମାନେ ଘର ଘର ବୁଲି ସର୍ଭେ କରିବେ । ଏହି BLO ମାନେ ସମସ୍ତ ଭୋଟର୍ ଙ୍କୁ ଗଣନା ଫର୍ମ(EF) ବଣ୍ଟନ କରିବା ସହ, ଏହା ପୂରଣ କରିବା ଦିଗରେ ସାହାଯ୍ୟ କରିବେ । ଭୋଟର୍ ମାନେ ଚାହିଁଲେ ଅନଲାଇନ୍ ମାଧ୍ୟମରେ ମଧ୍ୟ ଗଣନା ଫର୍ମ ଦାଖଲ କରିପାରିବେ । ଏହାପରେ, ଜୁଲାଇ ୫ ତାରିଖରେ ଚିଠା ଭୋଟର୍ ତାଲିକା ପ୍ରକାଶ ପାଇବ । ଏହାପରେ, ଆବଶ୍ୟକ ସ୍ଥଳେ, ଲୋକମାନେ ଜୁଲାଇ ୫ ତାରିଖରୁ ଅଗଷ୍ଟ ୪ ତାରିଖ ଯାଏ ନିଜର ଦାବି ଏବଂ ଆପତ୍ତି ଦାଖଲ କରିପାରିବେ । ମୁଖ୍ୟତଃ ୪ଟି ପର୍ଯ୍ୟାୟରେ ଏହି ପ୍ରକ୍ରିୟା କରାଯିବା ନେଇ ଜିଲ୍ଲାପାଳ ସୁଚନା ଦେଇଛନ୍ତି।


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ