ପାଣି ସମସ୍ୟା ଓ ଅଘୋଷିତ ବିଦ୍ୟୁତ କାଟ ପାଇଁ ଛଅ ନମ୍ବର ରାଜ୍ୟ ରାଜପଥ ଅବରୋଧ କଲେ ଗ୍ରାମ ବାସୀ
ଲାଞ୍ଚିଗଡ଼, ୩୦/୦୫ ( ଶେଖର ସୁମନ ଦାଶ ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ବିଶ୍ୱନାଥପୁର ଗ୍ରାମର କଲୋନୀ ପଡା ର ଲୋକେ ବହୁଦିନ ଧରି ପାନୀୟ ଜଳ ସମସ୍ୟା ଘେର ରେ ରହିଥିବା ବେଳେ ବ୍ଲକ ପ୍ରଶାସନ ଙ୍କୁ ବାରମ୍ବାର ଅଭିଯୋଗ କ୍ରମେ ମଧ୍ୟ ବିଶ୍ୱନାଥ ପୁର କଲୋନୀ ପଡା ର ଲୋକଙ୍କ ଦୁଃଖ ଆଜି ପର୍ଯ୍ୟନ୍ତ ବୁଝି ପାରିଲା ନାହିଁ ବ୍ଲକ ପ୍ରଶାସନ କିମ୍ବା ସରକାର । ଉକ୍ତ ପଡ଼ା ରେ ଆଜକୁ ଦୀର୍ଘ ବର୍ଷ ହେଲା ନା ବସୁଧା ପାନୀୟ ଜଳ କି ନଳକୂପ ଟିଏ ମଧ୍ୟ ହୋଇ ପାରିଲା ନାହିଁ । ଏହି ବିଷୟରେ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରି ବିଫଳ ହବାରୁ ଆଜି ବିଶ୍ୱନାଥପୁର କଲୋନୀ ପଡ଼ା ବାସିନ୍ଦା ଭବାନୀପାଟଣା ରୁ ଲାଞ୍ଜିଗଡ କୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବିଶ୍ୱନାପୁର ହସ୍ପିଟାଲ ଛକ ନିକଟରେ ରେ ନିଜ ନିଜ ର ପାଣି ଗରା ରଖି ଉଭୟ ପୁରୁଷ ଓ ମହିଳା ଧାରଣା ଦେଇଛନ୍ତି । ଯାହା ଫଳରେ କି ରାସ୍ତା ର ଦୁଇ ପାର୍ଶ୍ଵ ରେ ସହ ସହ ଯାନବାହାନ ଛିଡା ହୋଇ ଥିବା ଦେଖିବାକୁ ମିଳିଛି । ଏହି ବିଷୟରେ ଖବର ପାଇ ଘଟଣା ସ୍ଥଳ କୁ ବିଶ୍ୱନାଥପୁର ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ସାହୁ ଆସି ବୁଝା ସୁଝା କରିବା ସତ୍ୱେ ମଧ୍ୟ କିଛି ଫଳ ପ୍ରଦ ହୋଇ ନ ଥିବା ଦେଖି ବାକୁ ମିଳିଛି । ଏଥି ବ୍ୟତୀତ ଲାଞ୍ଜିଗଡ ବ୍ଲକ ର ବିଭିନ୍ନ ଗ୍ରାମ ରେ ଅସହ୍ୟ ୪୫% ରୁ ଅଧିକ ତାପମାତ୍ରା ଯୋଗୁଁ ଜନ ଜୀବନ ଅସ୍ତ ବ୍ୟସ୍ତ ହଉଥିବା ବେଳେ ପାଣି ସଙ୍ଗେ ସଙ୍ଗେ ବିଦ୍ୟୁତବିଭାଗ ମଧ୍ୟ ବିନା କାରଣରେ ଅଘୋଷିତ ବିଦ୍ୟୁତ କାଟ କରୁଥିବା ସକାଶେ ଲୋକେ ବିଦ୍ୟୁତ ବିଭାଗ ଅଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଉ କରିଥିବା ବେଳେ ବିଦ୍ୟୁତ କେତେବେଳେ ଆସିବ ତାହା ବିଦ୍ୟୁତ ବିଭାଗ ର କୌଣସି କର୍ମଚାରୀ କହିବା ପାଇଁ ସକ୍ଷମ ହୋଇ ନ ଥିବା ଦେଖା ଯାଇଛି ।
କଳାହାଣ୍ଡି ରୁ ଶେଖର ସୁମନ ଦାଶ ଙ୍କ ରିପୋର୍ଟ ନବଦୂତ ନିୟୁଜ ।