ଅଭିନେତା ଅରିନ୍ଦମ ରାୟ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଅଶାଳୀନ ମନ୍ତ୍ୟବ ପାଇଁ ପୁରୀଘାଟ ଥାନାରେ ଏତଲା
କଟକ, ୨୦/୦୫ ( କାହୁଁ ଚରଣ ବାରିକ ) : କଟକର ପୁରୀଘାଟ ଥାନାରେ କଟକ ର ଦୁଇଟି ସାମ୍ବାଦିକ ସଂଘର କର୍ମକର୍ତ୍ତା ଓ ସାମ୍ବାଦିକମାନେ ଅଭିନେତା ଓ ବିଜେପି ନେତା ଶ୍ରୀ ଅରିନ୍ଦମ ରାୟ ଙ୍କ ବିରୁଦ୍ଧରେ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଓ ତାତ୍ସଲ୍ୟ କୁ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଏତଲା ଦାୟର କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ପତ୍ରକାର ସଂଘ, ନୂଆଦିଲ୍ଲୀ ର ଓଡ଼ିଶା ଶାଖାର ରାଜ୍ୟ ସଭାପତି ତଥା ସମ୍ବାଦପତ୍ର "ବାସ୍ତବ କଥା" ର ସହ-ସମ୍ପାଦକ ଶ୍ରୀ ସଞ୍ଜୟ କୁମାର ଶତପଥୀ, କଟକ ମେଡିଆ ସଂଘ ର ମୂଖ୍ୟ ତଥା ବଡ଼ ଖବର ର କଟକ ପ୍ରତିନିଧି ଶ୍ରୀ ପ୍ରିୟବ୍ରତ ପଟ୍ଟନାୟକ, ସମ୍ବାଦପତ୍ର ପୃଷ୍ଠଭୂମି ର ପ୍ରତିନିଧି ଶ୍ରୀ ଜିତେନ୍ଦ୍ର କୁମାର ପଣ୍ଡା, ସାମ୍ବାଦିକ ସୈ।ଟି ସାଗର ମଲ୍ଲିକ, ସାମ୍ବାଦିକ ବିପିନ ବିହାରୀ ଦାସ, ସାମ୍ବାଦିକ ଶ୍ରୀ ଜୟଦେବ ପାଣି, ସାମ୍ବାଦିକ ଶ୍ରୀ ମାନସ ଦାସ, ସାମ୍ବାଦିକ ଶ୍ରୀ ବିଶ୍ବ ରଞ୍ଜନ ଦାସ ଙ୍କ ସମେତ ବହୁ ଗଣମାଧ୍ୟମ ଓ ବୈଦ୍ଯୁତିକ ଗଣମାଧ୍ୟମ ର ସାମ୍ବାଦିକମାନେ ଏକାଠି ହୋଇ କଟକ ର ପୁରୀଘାଟ ଥାନାରେ ପହିଞ୍ଚି ପୁରୀଘାଟ ଥାନା ର ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଶ୍ରୀ ବିଶ୍ଵରଞ୍ଜନ ନାୟକ ଙ୍କୁ ଏହି ବିଷୟକୁ ଗୁରୁତର ସହ ନେଇ ଗଣମାଧ୍ୟମ କୁ ଆକ୍ଷେପ କରିଥିବା ଶ୍ରୀ ରାୟଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଯଦି ଏହି ଦାବିକୁ ପୋଲିସ୍ ପ୍ରଶାସନ ଅଣଦେଖା କରେ ତେବେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସାମ୍ବାଦିକମାନେ ମତପ୍ରକାଶ କରିଛନ୍ତି।