କଳାହାଣ୍ଡି, ୨୮/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ବର, ଓଡ଼ିଶା ଏବଂ ଓଡ଼ିଶା ସାହିତ୍ୟିକ ସଂଗଠନ, ଭୁବନେଶ୍ବର, ପକ୍ଷ ରୁ ଶ୍ରୀଯୁକ୍ତ ହେମନ୍ତ କୁମାର ଚୌହାନ, ସମାଜସେବୀ, ଭବାନୀ ପାଟଣା ଙ୍କୁ ଜାତୀୟ ଉତ୍କଳ ସନ୍ଥକବି ଭୀମଭୋଇ ସମାଜସେବା ରୌପ୍ୟ ରତ୍ନ ସମ୍ମାନ - ୨୦୨୬ ରେ ସମ୍ମନିତ ହୋଇଥିବାରୁ କଳାହାଣ୍ଡି ଗୌରବ ଓ ସମ୍ମାନ ଆଣିଛନ୍ତି, ୧୧ ତମ ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବ – ୨୦୨୬ ଅବସରରେ ସ୍ଥାନ ଜିଲ୍ଲା ସଂସ୍କୃତି ଭବନ, ଝାରସୁଗୁଡ଼ା, ଠାରେ ସମ୍ମାନିତ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ହେମନ୍ତ କୁମାର ଚୌହାନ, ସମାଜସେବୀ, ଭବାନୀ ପାଟଣା ଙ୍କୁ ଜାତୀୟ ଉତ୍କଳ ସନ୍ଥକବି ଭୀମଭୋଇ ସମାଜସେବା ରୌପ୍ୟ ରତ୍ନ ସମ୍ମାନ - ୨୦୨୬ ରେ ସମ୍ମାନିତ କରାଗଲା ଜଣେ ବିଶିଷ୍ଟ ସମାଜସେବୀ ତଥା ସମାଜସେବା ଯାହାକି ଭଗବାନଙ୍କର ଜଣେ ବିଶିଷ୍ଟ ଦୂତ ହିସାବରେ ସମାଜରେ କିପର ଭାବରେ ବନ୍ୟା, ବାତ୍ୟା, ମରୁଡି, ଜନସେନା, ଘରପୋଡି, ରାଷାପାଟ ଦୁର୍ଘଟଣା, ରକ୍ତଦାନ ଏବଂ ଅନୁଦାନ ଭଳି ବିଭିନ୍ନ ଦାନର ଜନକଲ୍ୟାଣ କାର୍ଯ୍ୟକରିବା ସହିତ "ମାନକ ସେବାକୁ ମାଧବ ସେବା ବୋଲି ଭାବିଲେ ଉତ୍ତମ ସେବା ଯୋଗାଇ ଲୋକମାନଙ୍କର ପ୍ରିୟପାତ୍ର ହୋଇପାରିଛନ୍ତି । ସମାଜରେ ଏଭଳି ଦୁଃସାହସିକ କାମ କରି ଓଡ଼ିଆ ଙ୍କ ଘରେ ଘରେ ସୁପରିଚିତ ହେବା ସହ ଉଚ୍ଚ ପ୍ରଶଂସିତ ମଧ୍ୟ ହୋଇପାରିଛନ୍ତି। ଆପଣଙ୍କର ଏଭଳି ଗୁରୁତ୍ତ୍ୱପୂର୍ଣ ଦାୟିତ୍ଵ ଜୀବଜଗତକୁ ସମୃଦ୍ଧ କରିବା ସହ ନୂଆ ଜୀବନ ପ୍ରଦାନ କରିବାରେ ସହାୟ ହୋଇପାରିଛି। ନିଜର ଦୁଃଖ ଯନ୍ତ୍ରଣା ଓ ଅଭାବ ଅସୁବିଧାକୁ ପଛରେ ପକାଇ ଭଗବାନଙ୍କର ଜଣେ ଦୂତ ସେବକ ହିସାବରେ ଜୀବଜନ୍ତୁ, ବୃକ୍ଷଲତା, ତଥା ମାନବ ଜଗତକୁ ଉତ୍ତମ ସେବା ଯୋଗାଇବାରେ ସିଦ୍ଧହସ୍ତ ହୋଇପାରିଛନ୍ତି । ଏଣୁ ଆପଣଙ୍କ ନିଷ୍ଠାପର ସେବା ତଥା ବିଶିଷ୍ଟ ସମାଜସେବାର ଉତ୍ତମ କାର୍ଯ୍ୟ ଦକ୍ଷତା ପାଇଁ ଆମର ଓଡ଼ିଶା ରାଜ୍ୟ ତଥା କଳାହାଣ୍ଡି ଜିଲ୍ଲା ମାଟି କୁ ଗୌରବନିତ କରିଛନ୍ତି ଓ ସାହିତ୍ୟିକ ସଂଗଠନ, ଭୁବନେଶ୍ବର, ଓଡ଼ିଶା ତରଫରୁ ଆପଣଙ୍କୁ ସମ୍ମାନୀତ କରି ଗୌରବାନ୍ବିତ ମନେ କରିବା ସହିତ ଆପଣଙ୍କର ଦୀର୍ଘ ନିରାମୟ ଜୀବଳ ସ୍ଥାପନ କାମନା କରିବା ସହିତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଅଛୁ ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ବର, ଓଡ଼ିଶା ଓଡ଼ିଶା ସାହିତ୍ୟିକ ସଂଗଠନ, ଭୁବନେଶ୍ବର, ଓଡ଼ିଶା ପକ୍ଷରୁ ଶ୍ରୀଯୁକ୍ତ ହେମନ୍ତ କୁମାର ଚୌହାନ, ସମାଜସେବୀ, ଭବାନୀ ପାଟଣା ଜାତୀୟ ଉତ୍କଳ ସନ୍ଥକବି ଭୀମଭୋଇ ସମାଜସେବା ରୌପ୍ୟ ରତ୍ନ ସମ୍ମାନ - ୨୦୨୬ ପାଇଥିବାରୁ କଳାହାଣ୍ଡି ଜିଲ୍ଲା ଓ ଓଡ଼ିଶା କୁ ଗୌବାନ୍ଵିତ କରିଥିବାରୁ ବିଭିନ୍ନ ବୁଦ୍ଧି ଯିବି ମହଲରେ ଆନନ୍ଦ ଓ ଉଲ୍ଲାସ, ଚର୍ଚ୍ଚା ର ବିଷୟ ପାଲଟିଯାଇଛି
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
