କେନ୍ଦୁମୁଣ୍ଡା ପିଇଓ ଲବକୁମାର ବାରିକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା
ଖଡ଼ିଆଳ, ୩୦/୦୫ ( ପରମେଶ୍ୱର ମେହେର ) : ଖଡ଼ିଆଳ ବ୍ଳକ କାସିପଲା ବାସିନ୍ଦା ତଥା ସିନାପାଲି ବ୍ଳକ କେନ୍ଦୁମୁଣ୍ଡା ପିଇଓ ଲବକୁ ମାର ବାରି କ (୫୨)ଙ୍କ ପରଲୋକ ହୋଇଛି I ଗତ ମାଚ୍ଚମାସରେ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ I ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଛି। ସେ ଜଣେ ଶାନ୍ତଶିଷ୍ଟ ଓ ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ପରଲୋକରେ ପରିଚିତ ମହଲରେ ଶୋକପ୍ରକାଶ ପାଇଛି । ତାଙ୍କର ପୁଅ ଓ ଝିଅଟିଏ ଅଛନ୍ତି । ତାଙ୍କ ପତ୍ନୀ ଅଙ୍ଗନବାଡି କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ଗାଁକୁ ଶବ ଅଣାଯିବା ପରେ ଶନିବାର ଦାହସତ୍କାର କରାଯିବ ବୋଲି ତାଙ୍କ ବଡ଼ଭାଇ ଜଗଦୀଶ ବାରିକ ପ୍ରକାଶ କରିଛନ୍ତି ।