ମାଲକାନଗିରି, ୨୧/୦୫ ( ଶରତ ଚନ୍ଦ୍ର ଖରା ) : ଉଦ୍ୟମ ଓ ଇଚ୍ଛା ଶକ୍ତି ବଳରେ କିପରି ସବୁ କିଛି ସମ୍ଭବ ହୋଇ ପାରେ ତାହା ଜଣେ ଗରିବ ଆଦିବାସୀ ଯୁବକ ପ୍ରମାଣ କରି ଦେଖାଇଛନ୍ତି।ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ତମସା ଗ୍ରାମର ଦେବା ମାଡକାମୀ ନାମକ ଜଣେ ଆଦିବାସୀ ଯୁବକ ବିରଳ ମୂଲ୍ୟବାନ ମିଆଜାକି ଆମ୍ଭ ଚାଷ କରି ସମଗ୍ର ଓଡ଼ିଶା ପ୍ରଦେଶ ରେ ସୁନାମ ଅର୍ଜନ କରି ବେଶ ଚର୍ଚିତ ହୋଇଛନ୍ତି। ୪୫ ବର୍ଷିୟ ଗରିବ ଆଦିବାସୀ ଚାଷୀ ଦେବା ମାଡକାମୀ ନିଜ ଘର ବଗିଚାରେ ଏହି ଦୁର୍ମୁଲ୍ୟ ମିଆଯାକି ଆମ୍ବ ଚାଷ ସହିତ ମାଲେସିଆ ଦେଶ ର ଉନ୍ନତ ମାନର ନଡ଼ିଆ, ବିଦେଶୀ ଆପେଲ ବୋର କୋଳି, ଚେରି କୋଳି ସହିତ ନାନା କିଶମ ର ଦେଶୀ ଓ ବିଦେଶୀ ଫଳ ଚାଷ କରିଛନ୍ତି, ବିଶ୍ଵ ବଜାରରେ ସବୁଠାରୁ ମହଙ୍ଗା ଓ ଦାମୀ ଆମ୍ବ ଭାବେ ପରିଚିତ ଜାପାନୀ ପ୍ରଜାତିର ‘ମିଆଜାକି’ ଆମ୍ବକୁ ସେ ସଫଳତାର ସହ ନିଜ ବଗିଚାରେ ଫଳାଇ ପାରିଛନ୍ତି। ସୂଚନା ଅନୁଯାୟୀ, ଚାଷୀ ଦେବା ମାଡକାମୀ ପ୍ରାୟ ୪ ବର୍ଷ ପୂର୍ବେ ମାଲକାନଗିରି ର ସମାଜ ସେବୀ ସର୍ବ କୁମାର ବିଷୋୟୀଙ୍କ ଠାରୁ ଏହି ଆମ୍ବ, ନଡ଼ିଆ, ଚେରି ଓ ଆପେଲ ବୋର କୋଳି ଗଛଚାରା ଆଣି ନିଜ ବାଡ଼ିରେ ଲଗାଇଥିଲେ, ଆନ୍ତର୍ଜାତୀୟ ବଜାରରେ ଏହି ମିଆଜାକି ଆମ୍ଭ ପ୍ରାୟ ଦୁଇଲକ୍ଷ ପଚାଶ ହଜାର ରୁ ୩ ଲକ୍ଷ ଟଙ୍କା ପ୍ରତି କିଲୋଗ୍ରାମ ବିକ୍ରି ହେଉଥିବାର ଜଣା ପଡିଛି,ଚାରି ବର୍ଷପରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଗଛ ରେ ମାତ୍ର ୧୬ ଟି ଆମ୍ଭ ଫଳିଛି,ଏହି ସ୍ଵତନ୍ତ୍ର ବାଇଗଣୀ ଓ ଲାଲ୍ ମିଶ୍ରିତ ରଙ୍ଗର ଆମ୍ବ ଗୁଡିକ ୫୦୦ ଗ୍ରାମ ରୁ ଏକ କିଲୋଗ୍ରାମ ଓଜନ ହେବ। ଏହା ପାଟିକି ଯେମିତି ସୁଆଦିଆ ସେମିତ ଦେହ ପାଇଁ ବହୁତ ଉପକାରି ଓ ନିରୋଗ ମଧ୍ୟ । ଏହି ମୂଲ୍ୟବାନ ଆମ୍ବର ସୁରକ୍ଷା ପାଇଁ ଚାଷୀ ଦେବା ମାଡକାମୀ ଏହାର ଚାରିପାଖରେ ଶକ୍ତ ବାଡ଼ ବୁଜି ଘେରାଇ ରଖିଛନ୍ତି, କିଏ କାଳେ ଚୋରି କରି ନେବ ସେହି ଭୟରେ ସେ ରାତିସାରା ସେହି ଗଛ ମୂଳେ ଶୋଇ ପହରା ଦେଉଥିବାର ସେ କହିଛନ୍ତି । ପୂର୍ବରୁ କେବଳ ବିଦେଶରେ ସୀମିତ ଥୁବା ଏହି ଦୁର୍ମୁଲ୍ୟ ଆମ୍ବକୁ ମାଲକାନଗିରି ଭଳି ଆଦିବାସୀ ଅଞ୍ଚଳରେ ଫଳାଇ ଦେବା ମାଡ଼କାମୀ ପ୍ରମାଣ କରିଦେଇଛନ୍ତି ଯେ ଉଦ୍ୟମ ଓ ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁ କିଛି ସମ୍ଭବ ହୋଇପାରେ।
ମାଲକାନଗିରି ଜିଲ୍ଲା ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ଖରା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ।
