Hot Posts

6/recent/ticker-posts

ବିଞ୍ଚାରପୁରରେ ମହିଳା ବିଜେଡିର "ନାରୀ ଅଧିକାର ଅଭିଯାନ " : ମହିଳା ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଘେରିଲେ ନେତ୍ରୀମାନେ

ଯାଜପୁର , ୨୧/୦୫ ( ପ୍ରଦୀପ କୁମାର ମଲ୍ଲିକ ) : ବିଞ୍ଚାରପୁର ବ୍ଲକ ବିଜୁ ମହିଳା ଜନତା ଦଳ ପକ୍ଷରୁ ନାରୀ ଅଧିକାର ଅଭିଯାନ ଓ ସମାବେଶ କାର୍ଯ୍ୟକ୍ରମ ବରିଷ୍ଠ ବିଜେଡ଼ି ନେତା ରାମଚନ୍ଦ୍ର ବେହେରାଙ୍କ ତତ୍ତ୍ଵାବଧାନରେ ବୁଧବାର ଗୌଡସାହିସ୍ଥିତ ମେଲେଣ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି ।ଏହି ନାରୀ ଅଧିକାର ଅଭିଯାନ ଓ ସମାବେଶ କାର୍ଯ୍ୟକ୍ରମରେ ବିଜେଡି ସଭାନେତ୍ରୀ ଅହଲ୍ୟା ସ୍ଵାଇଁ ସଭାପତିତ୍ଵ କରିଥିଲାବେଳେ ବିଧାୟିକା ପ୍ରମିଳା ମଲ୍ଲିକ, ବ୍ଲକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ ଜିଲ୍ଲା ପରିଷଦସଭ୍ୟା ମାମିନା ମଲ୍ଲିକ,ନିନାରାଣୀ ସମଲ,ସୁନିତା ନାୟକ,ସ୍ଵର୍ଣ୍ଣଲତା ସାମଲ,ପୂର୍ବତନ ସାଂସଦ ସର୍ମିଷ୍ଠା ସେଠୀ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ସୁଶାନ୍ତ ମିଶ୍ର,ବ୍ଲକ ସଦ୍ଭାପତି ନନ୍ଦକିଶୋର ସାମଲ, ରାଜ୍ୟ ସମ୍ପାଦକ ପ୍ରଦିପ ମହାନ୍ତି, ମୁରଲୀଧର ବେହେରା, ଯୁବ ସଭାପତି ଦିଲ୍ଲିପ ରାଉଳ, ଛାତ୍ର ସଭାପତି ଲେନିନ ଦାସ, ଯୁବ ସଂଗଠକ ଶ୍ଯାମସୁନ୍ଦର ବେହେରା, ବ୍ଲକ ଉପାଧ୍ୟକ୍ଷ ସେକ ଇର୍ସାଦ, କୃଷକ ନେତା ନିତ୍ୟାନନ୍ଦ ରାଉତ ପ୍ରମୁଖ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଘେରିବା ସହିତ କେନ୍ଦ୍ର ସରକାର ଶତକଡ଼ା ୩୩ ଭାଗ ମହିଳା ସଂରକ୍ଷଣ ବିଲକୁ ନେଇ ଲୋକମାନଙ୍କୁ ଭୂଆଁ ବୁଲେଉଥିବାବେଳେ ଏବେ ବିଜେପି ଶାସନରେ ରାଜ୍ୟରେ ନାରୀ ନିର୍ଯ୍ୟାତନା ଓ ତାଙ୍କ ଉପରେ ଅତ୍ୟାଚାରରେ ଦେଶରେ ପ୍ରଥମ ହୋଇଛି । ଜନସାଧାରଣଙ୍କ ଠାରୁ ରାଜ୍ୟ ସରକାର ବିଭିନ୍ନ ଉପାୟରେ ଟିକସ ସହିତ ଜରିମାନା ଆଦାୟ କରୁଥିଲା ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଛି ଏହାର ପ୍ରତିଫଳନ ସ୍ୱରୂପ ଆଗାମୀ ପଞ୍ଚାୟତ ନିର୍ବାଚନରେ ଜନସାଧାରଣ ଶାସକ ଦଳକୁ ଉଚିତ ଶିକ୍ଷା ଦେବେ ବୋଲି କହିଥିଲେ । ପରେ ସଭାସ୍ଥଳରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓ ଆକାଶ ପଟ୍ଟନାୟକଙ୍କୁ ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ନାରୀ ସୁରକ୍ଷା ପ୍ରସଙ୍ଗ ନେଇ ଏକ ଦାବୀ ପତ୍ର ଦେଇଥିଲେ ।ଏହି ମହିଳା ଅଧିକାର ଅଭିଯାନରେ ସରପଞ୍ଚ ନିଶିପ୍ରଭା ଜେନା, ଆଶାଲତା ସାହୁ, ସୁଶ୍ରୀ ସଙ୍ଗୀତା ନାୟକ, ସ୍ମୃତିସମିକ୍ଷା ମଲ୍ଲିକ, ଭାରତୀ କାଣ୍ଡି, କାମଦେବ ଧଳ, କାର୍ତ୍ତିକ ଚନ୍ଦ୍ର ଧଳ, ଏମ.ଡି ସବୀର, ଦେବୀଦତ୍ତ ସେଠୀ, ମୁକ୍ତିକାନ୍ତ ସାମଲ, କାଳିପ୍ରସନ୍ନ ଦାସ, ଛାତ୍ର ସଂଗଠକ ସଞ୍ଜୟ ବେହେରାଙ୍କ ସମେତ ବହୁ ସଂଖ୍ୟକ ବିଜେଡି ମହିଳା କର୍ମୀ ଓ ସମର୍ଥକ ସାମିଲ ଥିଲେ ।