Hot Posts

6/recent/ticker-posts

“ଗଛ ଲଗାଅ, ଜୀବନ ବଞ୍ଚାଅ....ଗଛ ହିଁ ଜୀବନର ଆଧାର”

କଟକ, ୨୪/୦୫ ( କାହୁଁ ଚରଣ ବାରିକ ) : ପ୍ରଚଣ୍ଡ ରୌଦ୍ରତାପ ଓ ଅସହ୍ୟ ଗରମ ମଧ୍ୟରେ ଆମ ପାଇଁ ବର୍ତ୍ତମାନ ସମୟରେ ଓ ଭବିଷ୍ୟତରେ ମଧ୍ୟ ସବୁଠାରୁ ବଡ଼ ସାହାରା ହେଉଛି ବୃକ୍ଷ। ବୃକ୍ଷ ବିନା ଜୀବନ କଳ୍ପନା କରିବା ଅସମ୍ଭବ। ଯେଉଁ ବୃକ୍ଷ ଆମକୁ ଅମ୍ଳଜାନ, ଖାଦ୍ୟ, ଛାୟା ଓ ଔଷଧ ଯୋଗାଇଥାଏ, ସେହି ବୃକ୍ଷ ପ୍ରତି ଆମର ଦାୟିତ୍ୱ ମଧ୍ୟ ରହିଛି ଯାହା ଆମ ସମାଜ ବେଳେ ବେଳେ ଏହାକୁ ଅଣଦେଖା କରୁଛନ୍ତି। ସେହି ଉଦ୍ଦେଶ୍ୟକୁ ଆଗରେ ରଖି ଜନସଚେତନତା ସୃଷ୍ଟି କରିବା ସହ କଟକର ମଙ୍ଗଳାବାଗ ଥାନା ପରିସରକୁ ଅଧିକ ସବୁଜ ଓ ସୁନ୍ଦର କରିବା ପାଇଁ ମଙ୍ଗଳାବାଗ ଥାନା ଆଇ.ଆଇ.ସି. ଉମାକାନ୍ତ ସାହୁ ସାର୍ ଓ ଥାନାର ସମସ୍ତ ଷ୍ଟାଫ୍ ମାନଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟ କରିଛନ୍ତି ଯାହାଫଳରେ ଏହାକୁ ଅଞ୍ଚଳବାସୀ ଦେଖି ବହୁତ ପ୍ରଶଂସା କରିଥିଲେ ତେଣୁ ଏଠାରେ ଆମେ ଅନୁରୋଧ କରିବୁ କଟକ ସହରର ପ୍ରତ୍ୟେକ ଥାନା ଅଧିକାରୀ ଏହିଭଳି କାର୍ଯ୍ୟକ୍ରମ କରନ୍ତୁ ଯାହାଦ୍ଵାରା ସମାଜର କଲ୍ୟାଣ ହେବ ଏବଂ ମଙ୍ଗଳାବାଗ ଥାନା ଆଇ.ଆଇ.ସି ଉମାକାନ୍ତ ସାହୁ ସାର୍ ଙ୍କୁ ଆମ କଟକ ବ୍ଲଗ୍ସ୍ ଅଫିସିଆଲ୍ ପରିବାର ଓ କଟକବାସୀଙ୍କ ତରଫରୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛୁ ଏବଂ ତାଙ୍କ ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ ଏହିଭଳି ସାମାଜିକ କାର୍ଯ୍ୟ କରନ୍ତୁ ଓ ସମାଜକୁ ଭଲ ବାର୍ତ୍ତା ଦେଉଥାନ୍ତୁ ଓ ସବୁବେଳେ ସୁସ୍ଥ ରୁହନ୍ତୁ। ଆସନ୍ତୁ, ଆମେ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇ ପ୍ରକୃତି ମା’ ପ୍ରତି ଆମର କର୍ତ୍ତବ୍ୟ ପାଳନ କରିବା