ମାଲକାନଗିରି, ୨୩/୦୫ (ଶରତ ଚନ୍ଦ୍ର ଖରା) : କୋରାପୁଟ ଜିଲ୍ଲା ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ରେ ଅଗ୍ନି କାଣ୍ଡ ଘଟିଛି l ଦିନ ସାଢେ ୧୧ ଟାରୁ ୧୨ ମଧ୍ୟରେ ପ୍ରକଳ୍ପ ଟ୍ରିପ ହୋଇଯାଇଥିଲା l ସେଠାରୁ ପ୍ରକଳ୍ପ କେବୁଲ ଗୁଡ଼ିକରୁ ନିଆଁ ଲାଗିବା ଆରମ୍ଭ ହୋଇଥିଲା l ପ୍ରକଳ୍ପ ଭିତରେ ଭୟାଭୟ ଅଗ୍ନିକାଣ୍ଡ ଦେଖି ପ୍ରକଳ୍ପ କର୍ମ ଚାରି ବାହାରକୁ ଚାଲି ଆସିଥିଲେ l ଟରଭାଇନ ଫ୍ଲୋର ରେ କିଛି କର୍ମ ଚାରି ଏବଂ ପ୍ରକଳ୍ପ ଅଧିକାରୀ ଫସି ରହିଥିଲେ l ବାହାରେ ଥିବା କିଛି ସୁରକ୍ଷା କର୍ମଚାରୀ ନିଜ ଜୀବନ କୁ ବାଜି ଲଗାଇ ସହଯୋଗୀ କର୍ମ ଚାରି ଙ୍କୁ ବାହାରକୁ ବାହାର କରିବାରେ ସକ୍ଷମ ହୋଇଥିଲେ l ଅଣନିଶ୍ୱାସୀ ହୋଇଯାଇଥିବା କିଛି କର୍ମ ଚାରୀଙ୍କୁ ଚିକିତ୍ସା କରାଯାଇଥିଲା l ପ୍ରକଳ୍ପ ରେ ନିଆଁ କୁ ଆୟତ୍ତ କରିବା ପାଇଁ ଲମତାପୁଟ ଏବଂ ନନ୍ଦପୁର ଅଗ୍ନିଶମ ବାହିନୀ ର ଦୁଇଟି ଦମକଳ ୩ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ କରି ନିଆଁ କୁ ଆୟତ୍ତ କରିଥିଲେ l ପ୍ରାଥମିକ ତଦନ୍ତ ରୁ ଜଣା ପଡିଛି ପ୍ରକଳ୍ପ ୧୧୯ ମେଗାୱାଟ୍ସ ବିଦ୍ୟୁତ ଉତ୍ପାଦନ ଜାରି ରହିଥିବା ବେଳେ ଦିନ ୧୧ ଟାରେ ପିକ ଲୋଡ଼ ରହିଥିଲା ପ୍ରକଳ୍ପ ଟ୍ରିପ ହୋଇ ଅଚାନକ ନିଆଁ ଲାଗି ଥିବା ଅନୁମାନ କରାଯାଉଥିବା ପ୍ରକଳ୍ପ ଅଧିକାରୀ ସୂଚନା ଦେଇଛନ୍ତି l ଏବଂ ନିଆଁ ଲିଭାଇବା ପରେ ଉପରିସ୍ଥ ଟେକ୍ନିକାଲ ଟିମ ଆସି ତଦନ୍ତ କରିବା ପରେ ଜଣା ପଡିବ କେଉଁ କାରଣ ରୁ ନିଆଁ ଲାଗିଥିଲା l ୭୦ ବର୍ଷ ର ଏହିପ୍ରକଳ୍ପ ବହୁ ପୁରୁଣା ହୋଇଯାଇଥିଲେ ମଧ୍ୟ ନବୀକରଣ ଏବଂ ଅତ୍ୟ ଆଧୁନିକ ଟରଭାଇନ ବସାଇବା ନେଇ ଆନ୍ଧ୍ର ଓଡିଶା ଉଭୟ ସରକାର ଙ୍କ ଚୁକ୍ତି ସାରିଥିବା ବେଳେ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ l ତେଣୁ ଏହିଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ଏହାର ସ୍ଥାଇ ସମାଧାନ ଜରୁରୀ ହୋଇ ପଡିଛି l ଆଜି ଭାଗ୍ୟ ବଶତଃ କୌଣସି କର୍ମ ଚାରି ଙ୍କ କିଛି ବି କ୍ଷତି ହୋଇନି l ପୂର୍ବ ରୁ ୨୦୦୭ ଦୀପାବଳି ରାତ୍ରି ରେ ସମାନ ଭାବରେ ନିଆଁ ଲାଗିଥିଲା l
ମାଲକାନଗିରି ଜିଲ୍ଲା ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ଖରା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ
