Hot Posts

6/recent/ticker-posts

ଶୁଭେନ୍ଦୁ ଗଲେ ଖୋର୍ଦ୍ଧା: ଗଞ୍ଜାମ ଏସପି ହେଲେ ହରିଶ ବିସି

ବ୍ରହ୍ମପୁର, ୨୪/୦୫ ( ଜୟକୃଷ୍ଣ ପଟ୍ଟନାୟକ ) : ଗତ କିଛି ଦିନ ହେଲା ଲଗାତାର ଭାବେ ରାଜ୍ୟରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି।ପୋଲିସକୁ ଖାତିର ନକରି ଆଇନକୁ ହାତକୁ ନେବାକୁ ମଧ୍ୟ ପଛାଉ ନାହାନ୍ତି ଅପରାଧୀ।ତେଣୁ ସାଧାରଣ ଲୋକ ମଧ୍ୟ ଭୟଭୀତ ହୋଇ ରହିଛନ୍ତି।ଏଥିପାଇଁ ସରକାରଙ୍କ ଉପରକୁ ମଧ୍ୟ ଅଙ୍ଗୁଳି ଉଠିଛି। ସ୍ଥିତିରେ ସୁଧାର ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଶନିବାର ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି।ଯାହା ଫଳରେ ୧୦ ଟି ଜିଲ୍ଲାର ଏସପିଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସେହିପରି ଗଞ୍ଜାମ ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ ପାଇଁ ଗୁରୁତ୍ୱ ଦିଆଯାଇଛି। ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ଖୋର୍ଦ୍ଧା ଏସପି ଭାବେ ବଦଳି କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଆଦେଶ ଅନୁସାରେ କନ୍ଧମାଳ ଜିଲ୍ଲାରେ ମାଓବାଦୀ ଦମନ କରିବାରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥିବା କନ୍ଧମାଳ ଏସପି ହରିଶ ବି.ସିଙ୍କୁ ନୂତନ ଗଞ୍ଜାମ ଏସପି ଭାବେ ନିଯୁକ୍ତି ଦିଆଯାଇଛି।ଛତ୍ରପୁର ଠାରେ ହରିଶ ବି.ସି ନୂତନ ଦାୟିତ୍ୱ ଗ୍ରହଣ କରିଥିବା ସୂଚନା ମିଳିଛି। ଜିଲ୍ଲାରେ ଆଇନ ଶୃଙ୍ଖଳା ସୁଧାର ଏବଂ ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା ଦିଆଯିବ ନୂତନ ଏସପି ଶ୍ରୀ ହରିଶ ଜଣାଇଛନ୍ତି।