Hot Posts

6/recent/ticker-posts

ଗିରଫ ହେଲେ କୋଟିପତି ଯନ୍ତ୍ରୀ ଭୁବନେଶ୍ବର ଶବର।

ଭବାନୀପାଟଣା, ୨୦/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : ଆୟଠାରୁ ୨୧୦ ପ୍ରତିଶତ ଅଧିକ ସମ୍ପତ୍ତି ଠାବ ମାମଲାରେ ଭବାନୀପାଟଣା ଆର୍ ଆଣ୍ଡ ବି ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ସବରଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ । ତାଙ୍କ ନାମରେ ବହୁ କୋଟି ଟଙ୍କାର ଅସ୍ଥାବର ଓ ସ୍ଥାବର ସମ୍ପତ୍ତି ଠାବ ହୋଇଛି । ଏହା ପରେ ତାଙ୍କୁ ଭିଜିଲାନ୍ସ ସ୍ପେଶାଲ କୋର୍ଟରେ ହାଜର କରାଯାଇଛି । ଭବାନୀପାଟଣା ଆର୍ ଆଣ୍ଡ ବି ଡିଭିଜନର ର ଅତିରିକ୍ତ କାର୍ଯ୍ୟନିର୍ବାହି ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ବିରୋଧରେ ଆୟଠାରୁ ଅଧିକ ସମ୍ପତ୍ତି ଅଭିଯୋଗରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଓଡ଼ିଶା ଭିଜିଲାନ୍ସ । ଭିଜିଲାନ୍ସ ଟିମ୍ ଚଢ଼ାଉ ସମୟରେ ତାଙ୍କ ଓ ପରିବାର ସଦସ୍ୟଙ୍କ ନାମରେ ୫ଟି ଘର, ଯାହାମଧ୍ୟରୁ ୪ଟି ଦୁଇ ତଳା କୋଠା ଥିବା ଜଣାପଡ଼ିଛି । ଏହା ସହ କୋକସରା ମୋଟର ଛକରେ ୮ଟି କ୍ୟାବିନ୍ ବିଶିଷ୍ଟ ଏକ ମାର୍କେଟ କମ୍ପ୍ଲେକ୍ସ, ପ୍ରାୟ ୧୭ ଏକର ଜମିରେ ଦୁଇଟି ଫାର୍ମ ହାଉସ ଏବଂ ଭବାନୀପାଟଣା, କୋକସରା ଓ ନବରଙ୍ଗପୁର ଅଞ୍ଚଳରେ ୯୭ଟି ପ୍ଲଟ୍ ଠାବ ହୋଇଛି । ଚଢ଼ାଉ ବେଳେ ୧୦ ଲକ୍ଷ ୭୨ ହଜାର ଟଙ୍କାର ବ୍ୟାଙ୍କ ଜମା, ଏକ ହୁଣ୍ଡାଇ କ୍ରେଟା ଗାଡ଼ି ଓ ପ୍ରାୟ ୧୯ ଲକ୍ଷ ୭୮ ହଜାର ଟଙ୍କାର ନଗଦ ଓ ଘରୋଇ ସାମଗ୍ରୀ ମଧ୍ୟ ଜବତ ହୋଇଛି । ତଦନ୍ତ ପରେ ଭିଜିଲାନ୍ସ ଭୁବନେଶ୍ୱର ସବରଙ୍କ ଆୟ, ବ୍ୟୟ ଓ ସମ୍ପତ୍ତିର ହିସାବ କରିଥିଲା । ସେ ତାଙ୍କ ଜଣାଶୁଣା ଆୟଠାରୁ ୨୧୦ ପ୍ରତିଶତ ଅଧିକ ସମ୍ପତ୍ତି ରଖିଥିବା ସ୍ପଷ୍ଟ ହୋଇଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇ ଭବାନୀପାଟଣା ଭିଜିଲାନ୍ସ ସ୍ପେଶାଲ କୋର୍ଟକୁ ପଠାଯାଇଛି ।




କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ