ଅନଲାଇନ୍ ମେଡିସିନ୍ ବିକ୍ରି ବିରୋଧରେ ଔଷଧ ବ୍ୟବସାୟୀ ଙ୍କ ବନ୍ଦ ଡାକରା, କଳାହାଣ୍ଡି ରେ ପୁର୍ଣ୍ଣ ସଫଳ।
କଳାହାଣ୍ଡି, ୨୦/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : ଅନଲାଇନ୍ରେ ଔଷଧ ବିକ୍ରି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ବିଭିନ୍ନ ଦାବି ନେଇ ଆଜି ସାରା ଭାରତବର୍ଷରେ ଔଷଧ ଦୋକାନ ବନ୍ଦ ଡାକରା ଦିଆଯାଇ ଥିଲା । ଏହି କ୍ରମରେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ "କଳାହାଣ୍ଡି କେମିଷ୍ଟ୍ ଏଣ୍ଡ ଡ୍ରଗିଷ୍ଟ୍ ଏସୋସିଏସନ୍" ତରଫରୁ ସମସ୍ତ ଔଷଧ ଦୋକାନ ସମ୍ପୂର୍ଣ୍ଣ ଭାବେ ବନ୍ଦ ଡାକରା ଦିଆ ଯାଇଥିଲା । ଏହି ବନ୍ଦ ର ପ୍ରଭାବ କଳାହାଣ୍ଡି ଜିଲ୍ଲାରେ ପୂର୍ଣ୍ଣ ମାତ୍ରାରେ ଦେଖା ଦେଇଛି । ସଂଘର ଅଭିଯୋଗ ଅନୁଯାୟୀ, ବେଆଇନ ଭାବେ ଚାଲିଥିବା ଇ-ଫାର୍ମାସି ବା ଅନଲାଇନ୍ ଔଷଧ ବ୍ୟବସାୟ ଯୋଗୁଁ ପାରମ୍ପରିକ ଔଷଧ ବ୍ୟବସାୟୀମାନେ ଜୀବିକା ହରାଇବା ସହ ଗ୍ରାହକମାନେ ନକଲି ଔଷଧର ଶିକାର ହେବାର ଆଶଙ୍କା ରହିଛି ।