Hot Posts

6/recent/ticker-posts

ବ୍ରିଜ ତଳକୁ ଠେଲି ହତ୍ୟା ଉଦ୍ୟମ: ନାବାଳକ ସମେତ ୩ ଗିରଫ

ବ୍ରହ୍ମପୁର, ୨୦/୦୫ ( ଜୟକୃଷ୍ଣ ପଟ୍ଟନାୟକ ) : ଗୋପାଳପୁର ଓଭରବ୍ରିଜ୍ ଉପରୁ ତଳକୁ ଶ୍ୟାମ ବେହେରା ନାମକ ଯୁବକଙ୍କୁ ଠେଲି ହତ୍ୟା ଉଦ୍ୟମ ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି ପୋଲିସ।ପୁର୍ବରୁ ଏହି ଘଟଣା ସଂକ୍ରାନ୍ତରେ ପୋଲିସ ଦୀପୁନ ନାୟକ କୁ ଏନ୍ କାଉଣ୍ଟର କରିଥିବା ବେଳେ ଘଟଣାରେ ପୋଲିସ ଜଣେ ନାବାଳକ ସମେତ ତିନି ଜଣକୁ ଗିରଫ କରିଛି ଗୋପାଳପୁର ଥାନା ପୋଲିସ l ଗିରଫ ଅଭିଯୁକ୍ତ ମାନେ ହେଲେ ସୁମନ ନାୟକ ଔରଫ ବବଲୁ ଓ ଗୌତମ ରାଓକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଏକ ଦୁଇଚକିଆ ଗାଡ଼ି ମଧ୍ୟ ଜବତ କରାଯାଇଛିବୋଲି ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍ କହିଛନ୍ତି। ଗତ ଶନିବାର ସକାଳେ ଶ୍ୟାମ ବେହେରା ଘରକୁ ଫେରୁଥିବା ବେଳେ ତାଙ୍କୁ ଆକ୍ରମଣ କରି ଗୋପାଳପୁର ଓଭର ବ୍ରିଜ ଉପରୁ ଠେଲି ହତ୍ୟା କରିବାକୁ ଉଦ୍ୟମ କରିଥିଲା ଦୁର୍ଦ୍ଦାନ୍ତ ଅପରାଧୀ ଦିପୁନା ନାୟକ ଓ ତାର ସହଯୋଗୀ।ଯାହା ଫଳରେ ଗୁରୁତର ଅବସ୍ଥାରେ ଶ୍ୟାମକୁ ପୋଲିସ ଉଦ୍ଧାର କରି ଏମକେସିଜି ମେଡିକାଲ ରେ ଭର୍ତ୍ତି କରିଥିଲା। ଏହି ଘଟଣାରେ ପୋଲିସ ଦିପୁନାକୁ ଧରିବା ପାଇଁ ଚେଷ୍ଟା କରିଥିଲା।ହେଲେ ଗୋପାଳପୁର ଏକ ଗ୍ରାମ ନିକଟରେ ପୋଲିସ ଉପରକୁ ଦିପୁନା ବୋମା ମାଡ଼ କରିବା ସହ ଗୁଳି ଚାଳନା କରିଥିଲା।ଯାହା ଫଳରେ ପୋଲିସ ବାଧ୍ୟ ହୋଇ ଦିପୁନାକୁ ଏନକାଉଣ୍ଟର କରିଥିଲା। ଗୁଳି ଦିପୁନାର ବାମ ଗୋଡ଼ରେ ବାଜିବା ଦ୍ୱାରା ସେ ଘଟଣାସ୍ଥଳରେ ପଡ଼ି ଯାଇଥିଲା।ତାପରେ ଦିପୁନାକୁ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରି ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରିଥିଲା।ସେହିଦିନ ଠାରୁ ତାର ଅନ୍ୟ ସହଯୋଗୀ ଘଟଣାସ୍ଥଳରୁ ଫେରାର ଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଛି।