Hot Posts

6/recent/ticker-posts

ରାୟଗଡାରେ ପ୍ରେସ ୟୁନିୟନର ଦଶମ ପ୍ରତିଷ୍ଠା ଦିବସ ପାଳିତ

ରାୟଗଡ଼ା, ୦୧/୦୫ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ ଜିଲ୍ଲା ବିଜୁ ପଟ୍ଟନାୟକ ଅଡିଟୋରିୟମ ଗୃହରେ ପ୍ରେସ ୟୁନିୟନ ରାୟଗଡ଼ର ଦଶମ ପ୍ରତିଷ୍ଠା ଦିବସ ଆଜି ଧୁମଧାମରେ ପାଳନ ହୋଇଛି। କାର୍ଯ୍ୟକ୍ରମର ଆରମ୍ଭରେ ତ୍ରିମୂର୍ତ୍ତି ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଚ୍ଚନା, ଦୀପ ପ୍ରଜ୍ୱଳନ ଓ ଧୂପ ଦେଇ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଅବସରରେ ସ୍ୱର ସାଗର ଡାନ୍ସ ଗ୍ରୁପ ରାୟଗଡା ପକ୍ଷରୁ ଗଣପତି ସଙ୍ଗୀତରେ ଆକର୍ଷଣୀୟ ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ପରେ ଓଡ଼ିଶୀ ନୃତ୍ୟ ଉପସ୍ଥାପନା କରି ଦର୍ଶକମାନଙ୍କ ମନମୁଗ୍ଧ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅର୍ଗସ ନ୍ୟୁଜ ଭୁବନେଶ୍ୱରର ମୁଖ୍ୟ ସମ୍ପାଦକ ଶ୍ରୀ ଶିଶିର କୁମାର ଭଟ୍ଟମିଶ୍ର ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ସ୍ୱାମୀ ପରମାନନ୍ଦ ସରସ୍ୱତୀ, କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳୀ, ସାଧନା ବିଶ୍ୱହିନ୍ଦୁ ପରିଷଦ ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବେ ରାମନାଥ ଗୋଇଂକା ପୁରସ୍କୃତ ବରିଷ୍ଠ ସାମ୍ବାଦିକା ଶ୍ରୀମତୀ ସାରଦା ଲାହାଙ୍ଗୀ ଯୋଗଦେଇଥିଲେ। ପ୍ରେସ ୟୁନିୟନ ରାୟଗଡାର ସଭାପତି ଅମୁଲ୍ୟରତ୍ନ ସାହୁ, ସମ୍ପାଦକ ଶିବାଜୀ ଦାସ ସହ ଅନ୍ୟାନ୍ୟ ସଦସ୍ୟମାନେ ମଞ୍ଚାସୀନ ରହିଥିଲେ। ଅତିଥିମାନେ ସାମ୍ବାଦିକତାର ମୂଲ୍ୟବୋଧ, ଦାୟିତ୍ୱ ଓ ସମାଜ ଗଠନରେ ମାଧ୍ୟମର ଭୂମିକା ଉପରେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ପ୍ରେସ ଓ ମିଡିଆ ୱେଲଫେର ଏସୋସିଏସନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟି ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା।