Hot Posts

6/recent/ticker-posts

ପେନସନ,ସୁରକ୍ଷା ଆଇନ ଲାଗୁ ଏବଂ ସାମ୍ବାଦିକ ଅଧିସ୍ୱୀକୃତି ଦାବୀରେ ସାମ୍ବାଦିକଙ୍କ ବିକ୍ଷୋଭ ପ୍ରଦର୍ଶନ

ସୁବର୍ଣ୍ଣପୁର, ୦୧/୦୫ ( ଜଗଦୀଶ ମେହେର ) : ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ବିଭିନ୍ନ ଦାବୀକୁ ଅଣଦେଖା କରୁଛନ୍ତି ସରକାର l ବାରମ୍ବାର ଦାବୀ ପରେ ପ୍ରତିଶ୍ରୁତି ଦେଇ ପୂରଣ କରୁନାହାଁନ୍ତି ସରକାର l ଏଣୁ ଓୟୁଜେ ର ଡାକରାରେ ଆଜି ସମଗ୍ର ରାଜ୍ୟରେ ବିକ୍ଷୋଭ ପପ୍ରଦର୍ଶନ କରିଛନ୍ତି ସାମ୍ବାଦିକ ମାନେ l ବିଶେଷ କରି ସାମ୍ବାଦିକଙ୍କ ଦୀର୍ଘ ଦିନର ଦାବୀ ସାମ୍ବାଦିକଙ୍କୁ ପେନସନ ପ୍ରଦାନ, ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ ଏବଂ ସାମ୍ବାଦିକ ଅଧିସ୍ୱୀକୃତି ଭଳି ପ୍ରମୁଖ ଦାବୀ ପୂରଣ କରିବାକୁ ଦାବୀ ହୋଇଛି l ଆଜି ଏନେଇ ଓୟୁଜେ ସୁବର୍ଣ୍ଣପୁର ଜିଲ୍ଲା ଶାଖା ର ସଭାପତି ରବୀନ୍ଦ୍ର ହୋତାଙ୍କ ନେତୃତ୍ୱରେ ସଙ୍ଘର ଅନେକ କର୍ମକର୍ତ୍ତା ସାମିଲ ହୋଇଥିଲେ l ଏହି ଅବସରରେ ଜିଲ୍ଲାପାଳଙ୍କ ମଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା l ଆଜିର ଏହି କାର୍ଯ୍ୟକ୍ରମରେ ୟୁଜେ ସୁବର୍ଣ୍ଣପୁର ଜିଲ୍ଲା ଶାଖା ର ଉପ ସଭାପତି ସୁଶାନ୍ତ ପଣ୍ଡା, ପିତାମ୍ବର ମହାପାତ୍ର,ସାଧାରଣ ସମ୍ପାଦକ ଶେଷଦେବ ବାରିକ,କୋଷଳଧ୍ୟକ୍ଷ ରାଜେଶ କୁମାର ସେଠୀ, ଉପଦେଷ୍ଟା ସଞ୍ଜୟ କୁମାର ସାହୁ, ପବିତ୍ର ସିଂବିରିହା, ସତ୍ୟବାନ ପୁରୋହିତ,ସୁଶାନ୍ତ ସାହୁ, ଗୁରୁଦେବ ମେହେର, ରାମହରି ସେଠୀ, ପିତାମ୍ବର ସାହୁ ଏବଂ ଜଗଦିଶ ମେହେର ପ୍ରମୁଖ ସାମିଲ ଥିଲେ l