Hot Posts

6/recent/ticker-posts

ଯୋଗାଳୟରେ ମଧୁବାବୁ ଜୟନ୍ତୀ ପାଳିତ

ବୀରମହାରାଜପୁର, ୦୧/୦୫ ( ଜଗଦୀଶ ମେହେର ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଯୋଗାଳୟରେ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ୧୭୮ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।ଯୋଗଗୁରୁ ଡ ଦ୍ବିତୀକୃଷ୍ଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୀରମହାରାଜପୁର ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ଅଧ୍ୟାପକ ସୂର୍ଯ୍ୟ ନାରାୟଣ ପଣ୍ଡା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ମିଶ୍ର, ରାଜେନ୍ଦ୍ର ରଥ ପ୍ରମୁଖ ଯୋଗଦେଇ ସ୍ବର୍ଗତ ମଧୁବାବୁଙ୍କ ସ୍ମୃତି ଚାରଣ କରିଥିଲେ।ରାଜେଶ ପାଣିଗ୍ରାହୀ ସ୍ବାଗତ କରିଥିବାବେଳେ ଜୟ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ଯୋଗାଳୟର ସଦସ୍ୟ ଶଙ୍କର ମେହେର,ଲବ ମେହେର, ଗୋପୀନାଥ ଚାନ୍ଦ, ଶମ୍ଭୁ ପ୍ରସାଦ ମେହେର,ସୁଦାମ ଖଣ୍ଡଗିରି,ସୁରେଶ ମେହେର ପ୍ରମୁଖ ଉପସ୍ଥିତ ଥିଲେ।