ଗୁଣି ଗାରେଡି ଅଭିଯୋଗରେ ବୃଦ୍ଧଙ୍କୁ ଧରି ନିର୍ଧୁମ ପିଟିଲେ ଗ୍ରାମବାସୀ
ବାଲେଶ୍ୱର, ୦୬/୦୫ ( ପ୍ରଭାକର ମଲ୍ଲିକ ) : ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଡୁବୁଳିଆ ଗ୍ରାମର ଜନୈକା ବିବାହିତା ମହିଳା କୁ ଦୀର୍ଘ ବର୍ଷ ଧରି ଗୁଣି ଗାରେଡି କରି ହଇରାଣ କରୁଥିବା ଅଭିଯୋଗ ରେ ସମ୍ପୃକ୍ତ ଗୁଣିଆଙ୍କୁ ଅଟକ ରଖି ନିର୍ଧୁମ ପିଟିଲେ ଲୋକେ , ସୂଚନା ଅନୁଯାୟୀ ସିଂଲା ଥାନା କଇନଗରୀ ପଞ୍ଚାୟତ ଅନ୍ତର୍ଗତ ଡୁବୁଳିଆ ଗ୍ରାମର କାର୍ତ୍ତିକ ଦାସ ଙ୍କ ସ୍ତ୍ରୀ ଙ୍କୁ କାଦରାୟାଂ ପଞ୍ଚାୟତ ଗୋପୀନାଥପୁର ଗ୍ରାମର ଶାବର ତୁଲ୍ଲା ନାମକ ବୃଦ୍ଧ ଦୀର୍ଘ ବର୍ଷ ଧରି ଗୁଣି ଗାରେଡି କରି ବିଭିନ୍ନ ପ୍ରକାର ଚେର ମୂଳି ଔଷଧ ଦେଇ ଟଙ୍କା ନେଉ ଥିଲେ, ଏହା ସହ ବିଭିନ୍ନ ସମୟରେ ଝଡା ଫୂଙ୍କା କରିବା ସହ ରୋଗ ଭଲ କରି ଦେବାର ମିଥ୍ଯା ପ୍ରତିଶୃତି ଦେଇ ଆସୁଥିଲେ, ଅନ୍ଯପଟେ ଚେର ମୂଳି ଔଷଧ ଖାଇବା ଫଳରେ କାର୍ତ୍ତିକ ଙ୍କ ସ୍ତ୍ରୀ ଧୀରେ ଧୀରେ ଅସୁସ୍ଥ ହବା ସହ ମାନସିକ ଭାରସାମ୍ଯ ହରାଇ ବସିଥିଲେ, ଆଜି ପୂଣି ଉକ୍ତ ଗୁଣିଆ ଜଣକ ଗାଁ କୁ ଆସି ଝଡା ଫୁଙ୍କା କରୁଥିବା ବେଳେ ଗ୍ରାମବାସୀ ମାନେ ଉକ୍ତ ଗୁଣିଆ କୁ କାବୁ କରି ଉତ୍ତମ ମଧ୍ଯମ ଦେଇ ଥିଲେ l
ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l