Hot Posts

6/recent/ticker-posts

ହଞ୍ଜାର ପେଣ୍ଟ ଗ୍ରାମରେ ଶିବ ମନ୍ଦିର ପ୍ରତିଷ୍ଠା ।

କୋରାପୁଟ, ୦୫/୦୫ ( ବିପିନ କୁମାର ହିଆଲ ) : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ଭେଜା ପଞ୍ଚାୟତ ହଞ୍ଜାର ପେଣ୍ଟ ଗ୍ରାମରେ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଷ୍ଠା ସାତ ଗୋଟି ବ୍ରାହ୍ମଣ ପୂଜାରୀଙ୍କ ଦ୍ଵାରା ପ୍ରତିଷ୍ଠା କାର୍ଯ୍ୟକ୍ରମ ସ୍ଥାନୀୟ ଗ୍ରାମବାସୀ ଓ ନିକଟସ୍ଥ ଗ୍ରାମର ଶିବ ଭକ୍ତଙ୍କ ସମ୍ମୁଖରେ ପ୍ରତିଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ଗତ ସୋମବାର ଦିନ ଠାରୁ ଆରମ୍ଭ ହୋଇ ଗୁରୁବାର ଦିନ ଅର୍ଥାତ୍ ୭/୦୫/୨୦୨୬ ତାରିଖରେ ସମାପ୍ତ ହେବ । ଏହି ଶିବ ମନ୍ଦିରଟି ବିଭିନ୍ନ ଲୋକଙ୍କର ସହଯୋଗ ଓ ସହାୟତାରେ ଓ ସରକାରଙ୍କ ୨ ଲକ୍ଷ ଟଙ୍କା ସହାୟତାରେ ମନ୍ଦିର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇ ମହାଆଡମ୍ବରରେ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିଛି । କିନ୍ତୁ ବର୍ତ୍ତମାନ ଏହି ମନ୍ଦିରର ପୂଜାରୀ ଆନୁଷ୍ଠାନିକ ଭାବେ କେହି ନିଯୁକ୍ତ ହୋଇ ନାହାନ୍ତି , ମନ୍ଦିରର କମିଟି ଆଗାମୀ ଦିନରେ ସ୍ଥିର କରି ଏକ ଉପଯୁକ୍ତ ଶାସ୍ତ୍ର ଅଭିଜ୍ଞ ବ୍ୟକ୍ତିକୁ ମନ୍ଦିରର ପୂଜାରୀ ବିଧିବଦ୍ଧ ଭାବେ ନିଯୁକ୍ତ କରିବା ନିମନ୍ତେ ସ୍ଥିର କରିଛନ୍ତି । ଆଗାମୀ ଦିନମାନଙ୍କରେ ମନ୍ଦିରର ସୁରକ୍ଷା, ସାମାଜିକ ଓ ଧାର୍ମିକ ଏକତା ସହ ଭେଦଭାବ ଭୁଲି ମନ୍ଦିରରେ ପ୍ରବେଶ କରିବା ଓ ପୂଜାର୍ଚ୍ଚନା କରିବାକୁ ନିଷ୍ପତ୍ତି ଓ ପ୍ରତିଶୃତି ନେଇଛନ୍ତି ।