Hot Posts

6/recent/ticker-posts

ମୁଖ୍ୟମନ୍ତ୍ରୀଙ୍କୁ ସୁପାରିସ ପାଇଁ ବୀରମହାରାଜପୁର ବିଧାୟକଙ୍କୁ ଦାବିପତ୍ର ପ୍ରଦାନ

ସୁବର୍ଣ୍ଣପୁର, ୦୬/୦୫ ( ଜଗଦିଶ ମେହେର ) : ୨୦୦୮ରୁ ୨୦୧୮ ମସିହା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ଅନୁଦାନ ପ୍ରଦାନ ଦାବି ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ନିଜର ଦାବି ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ‘ଅନୁଦାନ ସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ ସଂଘ ପକ୍ଷରୁ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସୁପାରିଶ ପତ୍ର ପ୍ରେରଣ ପାଇଁ ଅନୁରୋଧ କରାଯାଇଛି। ସଂଘର ଅଭିଯୋଗ ଅନୁସାରେ, ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ଏବଂ ଅଣଅନୁଦାନ ମହାବିଦ୍ୟାଳୟରେ ୧ ଜୁନ୍ ୨୦୦୮ରୁ ୧ ଜୁନ୍ ୨୦୧୮ ମଧ୍ୟରେ ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ଆଜି ପର୍ଯ୍ୟନ୍ତ ଅନୁଦାନ ପରିସରଭୁକ୍ତ କରାଯାଇନାହିଁ । ଏହି ନ୍ୟାଯ୍ୟ ଦାବି ପାଇଁ ପୂର୍ବରୁ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଏବଂ ଅନଶନ ଭଳି ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଥିଲା। ସଂଘର ସୂଚନା ମୁତାବକ, ଗତ ୧୫.୧୦.୨୦୨୫ ରିଖରେ ଉଚ୍ଚଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧ ବାବୁ ସିଂ, ଆଶ୍ରିତ ପଟ୍ଟନାୟକ ଏବଂ ବିଭାଗୀୟ ସଚିବଙ୍କ ଉପସ୍ଥିତି ସ୍ମୃତିରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ସେଠାରେ ଠାରେ ନୂଆପଡ଼ା ଉପନିର୍ବାଚନ ପରେ ନୂତନ ଅନୁଦାନ ନୀତି ପ୍ରଣୟନ ପାଇଁ ପ୍ରତିଶ୍ରୁତି ମିଳିଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଅଶୋକ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। କମିଟି ସହ ଆଲୋଚନା ଶେଷ ହେବାର ୪ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ନମିଳିବାରୁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସଂଘର ଜିଲ୍ଲା ସଂଯୋଜକ ଅଧ୍ୟାପକ ଉଦ୍ଧବ ପଧାନ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ବିଧାୟକ ରଘୁନାଥ ଜଗଦଲାଙ୍କୁ ଭେଟିଥିଲେ। ୨୦୦୮ -୨୦୧୮ ମଧ୍ୟରେ ନିଯୁକ୍ତ ଶିକ୍ଷାକର୍ମୀଙ୍କ ପାଇଁ ନୂତନ ଅନୁଦାନ ନୀତି ତୁରନ୍ତ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ସୁପାରିଶ ପତ୍ର ପଠାଇବା ପାଇଁ ସଂଘ ବିଧାୟକଙ୍କୁ ଅନୁରୋଧ କରିଛି। ଦାବିପତ୍ର ପ୍ରଦାନ ବେଳେ ସଂଘର ପୁସ୍ତମ ମେହେର,ଶଶାଙ୍କ ଶେଖର ସୁଆର,ବିଶ୍ୱ ନାଗ, ସରୋଜ କୁମାର ବିଶି ସମେତ ବହୁ ସଦସ୍ୟ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।