Hot Posts

6/recent/ticker-posts

ସରକାର ଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସର ରେ ହାର୍ଟ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ-ସ୍ୱାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡା, ୨୪/୦୫ : ଝାରସୁଗୁଡା ଜିଲ୍ଲା ର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଶନିବାର ସନ୍ଧ୍ୟା ୬ଟା ସମୟରେ ରାଜ୍ଯ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ମାନ୍ୟବର ମୁକେଶ ମହାଲିଙ୍ଗ ଙ୍କୁ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଶୁଭେଚ୍ଛା ଜଣାଇଥିବା ବେଳେ ଝାରସୁଗୁଡା ରେ ହାର୍ଟ ହସ୍ପିଟାଲ ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ସମ୍ପୂର୍ଣ୍ଣ ରୂପେ ଆରମ୍ଭ ଓ କାର୍ଯକ୍ଷମ କରାଯିବ ବୋଲି ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇଛନ୍ତି ।ଏହା ସହିତ ମନ୍ତ୍ରୀ ମହାଲିଙ୍ଗ ସୂଚନା ଦେଇଛନ୍ତି ଯେ ଗତବର୍ଷ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଝାରସୁଗୁଡା ମଙ୍ଗଳବଜାର ସାଟେଲାଇଟ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇ ସାରିଥିବା ବେଳେ ଜିଲ୍ଲାରେ ନିର୍ମାଣ ହୋଇସାରିଥିବା ଵହୁ ପ୍ରତୀକ୍ଷିତ ଝାରସୁଗୁଡାର ହାର୍ଟ ହସ୍ପିଟାଲ ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ଉପଲକ୍ଷେ ଆସନ୍ତା ଜୁନ ମାସରେ ଏହା ସମ୍ପୂର୍ଣ୍ଣ ରୂପେ ଆରମ୍ଭ ଓ କାର୍ଯ୍ୟକ୍ଷମ ହେବ ।ଏହି ଘୋଷଣା ପରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ମୂଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଙ୍କୁ କୃତଜ୍ଞତା ସହ ଶୁଭେଚ୍ଛା ଜଣାଇଛନ୍ତି ।ଏହା ସହିତ ସ୍ୱାସ୍ଥ୍ଯମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ତାଙ୍କ ସଚିବ ମାନଙ୍କ ସହିତ ସବୁ ପ୍ରକାର ଆଲୋଚନା କରି ସାରିଛନ୍ତି ।ଏହି ହାର୍ଟ ହସ୍ପିଟାଲ କାର୍ଯ୍ୟକ୍ଷମ ହେଲେ ଜିଲ୍ଲାର ସାଧାରଣ ଲୋକେ ଉପକୃତ ହୋଇ ପାରିବେ ବୋଲି ବିଧାୟକ ଟଙ୍କଧର ତ୍ରିପାଠୀ ମତ ପ୍ରକାଶ କରିଛନ୍ତି ।