ବ୍ରାଉନସୁଗର ବେପାରରେ ଲିପ୍ତ ୩ ଯୁବକଗିରଫ।
ଭଦ୍ରକ ୨୪/୦୫ ( ନବଦୂତ ) : ସୂଚନା ମୁତାବିକ-ଭଦ୍ରକ ଜିଲ୍ଲା ତିହିଡି ଥାନା ନିକଟ ତିହିଡି ବଜାର ରେ ଗତକାଲି ତିହିଡି ପୋଲିସ ଟିମ ପେଟ୍ରୋଲିଂ ବେଳେ ଆଖପାଖ ଅଞ୍ଚଳ ରେ ବ୍ରାଉନସୁଗର ବେପାର ରେ ଲିପ୍ତ ଥିବା ୩ଜଣ ଯୁବକଙ୍କୁ ଠାବ କରି ସେମାନଙ୍କୁ ପୋଲିସ ଗିରଫକରିଥିବା ବେଳେ ସେମାନଙ୍କ ଠାରୁ ୨୦.୫୮ଗ୍ରାମ ର ବ୍ରାଉନସୁଗର ୧ ବାଇକ ତଥା ନିଜ ବ୍ୟବହାର କରୁଥିବା ୩ ମୋବାଇଲ ଫୋନ ଜବତ କରି ତିହିଡି ଥାନାରେ କେଶ ନମ୍ଵର-୨୦୧/୨୦୨୬ ସହ ଆଖପାଖ ବହୁଅଞ୍ଚଳ ରେ ସେମାନେ ବ୍ରାଉନସୁଗର ବୁଲି ବିକୁଥିବା ବେଳେତିହିଡି ପୋଲିସଗିରଫ ଆସାମୀଙ୍କ ନାମରେ ମାମଲା ରଜୁକରିଥିବାର ସୂଚନା ମିଳିଛି।