ଟାଉନ ପୋଲିସ ଜବତ କଲା ଗୋରୁ ବଝେଇ ଗାଡ଼ି।
ଜୟପୁର, ୨୪/୦୪ ( ଏ. ଭେଙ୍କଟ ରାଓ ) : ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତଙ୍କ ନିର୍ଦ୍ଦେଶ କ୍ରମେ ଟାଉନ ପୋଲିସ ରାତ୍ରରେ ପୋଇଁତରା କରୁଥିବା ସମୟରେ ଦୃତ ଗତିରେ ଯାଉଥିବା ଏକ ବଡ ଟ୍ରକ ନଂମ୍ୱର ଟିଏନ ୦୭ ୟୁଏନ ୧୨୨୭ କୁ ଅଟକାଇ ଯାଞ୍ଚ କରିଥିଲା ଏହି ଗାଡ଼ିରେ ୨ ଗୋଟି ବାଛୁରୀ ୨୪ ଗୋଟି ବାଳଦ ଏବଂ ୧ ସଂଣ୍ଡ ସହ ସମୁଦାୟ ୨୭ ଗୋଟି ଗୋରୁ ତେଲେଙ୍ଗାନା ରାଜ୍ୟର ଭଦ୍ରାଚାଲମକୁ ଚାଲାଣ ହେଉଥିବା ଡ଼୍ରାଇଭର ଏବଂ ହେଲପର ସୂତ୍ରରୁ ଜାଣିବାକୁ ପାଇଲେ। ଏହି ସବୁ ନବରଙ୍ଗପୁର ଜିଲ୍ଲା କିଛି ଗୋରୁ ବ୍ୟବସାୟୀ କୋଟପାଡ଼ ଅଞ୍ଚଳରୁ ସଂଗ୍ରହ କରି ଏହି ଗାଡ଼ିରେ ପଠାଉଥିଲେ ବୋଲି ଗାଡ଼ି ଡ଼୍ରାଇଭର କୋହିଛି। ଜୟପୁର ଉପଖଣ୍ଡ ପୋଲିସ ଅଧିକାରୀ କୁମାରୀ ଅର୍ଚ୍ଚିତା ମିତ୍ତଲଙ୍କ ନିର୍ଦ୍ଧେଶ କ୍ରମେ ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ଏହି ଗୋଚାଲାଣକୁ ଗୁରୁତ୍ୱର ସହ ବିଚାର କରି ଏସଆଇ ରାଜେନ୍ଦ୍ର କୁମାର ପାଙ୍ଗିଙ୍କୁ ଏହାର ତଦନ୍ତ ଭାର ଦେଇ ଗାଈ ଗୁଡ଼ିକୁ ପାଲିଗୁଡ଼ା ସ୍ତିତ ଗୋଶାଳାରେ ରଖିବାକୁ ନିର୍ଦ୍ଧେଶ ଦେଇଥିଲେ। ଏସଆଇ ରାଜେନ୍ଦ୍ର ପାଙ୍ଗି ହାବିଲଦାର ଏବଂ ପୋଲିସ କର୍ମଚାରୀମାନେ ପାଲିଗୁଡ଼ା ଗୋଶାଳାକୁ ଗାଈ ଗୁଡ଼ିକ ହସ୍ତାନ୍ତର କରି ଜୟପୁର ପଶୁ ଚିକିତ୍ସା ଅଧିକାରୀ ଡ ସୌଭାଗ୍ୟଙ୍କୁ ସୂଚନା ଦେବାପରେ ଗାଈ ଗୁଡ଼ିକର ସ୍ୱାସ୍ତ୍ୟ ଯାଞ୍ଚ କରାଯାଇ ଥିଲା ଏବଂ ଡ୍ରାଇଭର ହେଲପର ଦୁହିଁଙ୍କୁ ଅଟକ ରଖି ପଚରା ଉଚୁରା ଚାଲିଛି କିନ୍ତୁ ପୋଲିସ ପଶୁ ମାନଙ୍କ ପ୍ରତି କ୍ରୁରତା ଏବଂ ବେଆଇନ ଗୋ ଚାଲାଣ ଭଳି ସଙ୍ଗୀନ ଦଫା ଲୋଗାଇ କୋର୍ଟକୁ ହସ୍ତାନ୍ତର କରିବା ପରେ ଆଇନରେ ରୋହିଥିବା ପ୍ରାବଧାନ ଅନୁଯାୟୀ ଗୋରୁ ପିଛା ଏକ ଶହ ଟଙ୍କାରୁ କମ ଜରିମାନା ଦେଇ ମୁକୁଳି ଯାଉଥିବାରୁ ସାଧାରଣରେ କ୍ଷବ ପ୍ରକାଶ ପାଇବା ସହ ଗୋ ଚାଲାଣ କାରୀ ବିରୁଦ୍ଧରେ ଏକ କୋଡାକଡି ଆଇନ ପ୍ରଣୟନ କରିବାକୁ ସାଧାରଣରେ ଦାବି ହୋଇଛି।