Hot Posts

6/recent/ticker-posts

*ମୁଖ୍ୟମନ୍ତ୍ରୀ କପ୍ କ୍ଲବ କ୍ରୀଡ଼ା ଉଦଯାପିତ*

ନବରଙ୍ଗପୁର, ୨୪/୦୪ ( ଶେଖର ଖୁରା ) : ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା କ୍ରୀଡା ସଂଘର ମିଳିତ ଆନକୂଲ୍ୟରେ ରାଜ୍ୟ ସ୍ତରୀୟ ୧୪ ଏବଂ ୧୬ ବର୍ଷରୁ କମ୍ ମୁଖ୍ୟମନ୍ତ୍ରୀ କପ୍ କ୍ଲବ ସ୍ତରୀୟ ଭଲିବଲ୍ , କବାଡି , ଫୁଟବଲ୍ ଏବଂ ଖୋକ ଟୁର୍ଣ୍ଣାମେଣ୍ଟ ନବରଙ୍ଗପୁର ଷ୍ଟାଡିୟମ୍ ଠାରେ ସମାପ୍ତ ହୋଇ ଯାଇଛି । ବାଳକ କବାଡି ପ୍ରତିଯୋଗିତା ର ଫାଇନାଲ ରେ ଉମରକୋଟ କ୍ଲବ୍ , ବାଳିକା କବାଡି ରେ ନବରଙ୍ଗପୁର ରିଲାଇନ୍ସ ସ୍ପୋର୍ଟି କ୍ଲବ୍ ଚାମ୍ପିୟନ୍ ହୋଇଛି, ଖୋକ ପ୍ରତିଯୋଗିତାର ଫାଇନାଲ ରେ ବାଳକ ବିଭାଗରେ ବେଲଗାମ କ୍ଲବ୍ ଦଳ ବିଜୟ ହୋଇଥିବା ବେଳେ ବାଳିକା ବିଭାଗରେ ଚଟାଗୁଡ଼ା କ୍ଲବ ଦଳ ଚାମ୍ପିୟନ୍ ହୋଇଛି, ଭଲିବଲ୍ ରେ ବାଳକ ବିଭାଗରେ ଉମରକୋଟ କ୍ଲବ୍ ଦଳ ଏବଂ ବାଳିକା ବିଭାଗରେ ଯୋଡିଙ୍ଗା କ୍ଲବ୍ ବିଜୟ ହାସଲ କରିଛନ୍ତି। ସେହିପରି ଫୁଟବଲ୍ କ୍ରୀଡାରେ ବାଳକ ବିଭାଗରେ ମିଲାନ କ୍ଲବ୍ ଦଳ ଏବଂ ବାଳିକା ବିଭାଗରେ ଜୋଡ଼ିଙ୍ଗା କ୍ଲବ୍ ଦଳ ଫାଇନାଲ ମ୍ୟାଚ୍ ରେ ବିଜୟ ହାସଲ କରିଛନ୍ତି। ଜିଲ୍ଲା କ୍ରୀଡା ସଂଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଯୋଗ ଦେଇ ବିଜେତା ଦଳ ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ଉପ ସଭାପତି ଏମ. ବାଲା କ୍ରୀଷ୍ଣା ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ। ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଜୀବନରେ କ୍ରୀଡା ସହ ପାଠ ପଢ଼ିବା ଜରୁରୀ ବୋଲି ମୁଖ୍ୟ ଅତିଥି ଜିଲ୍ଲାପାଳ ଡକ୍ଟର ସ୍ୱାଇଁ ଉପସ୍ଥିତ କ୍ରୀଡ଼ାବିତଙ୍କୁ କହିଥିଲେ ସେହିପରି ନିଜ ସଭାପତିତ୍ୱ ଅଭିଭାଷଣରେ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ସହଯୋଗ ରେ ନବରଙ୍ଗପୁର ଠାରେ ଏକ ଆନ୍ତଃ ରାଜ୍ୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ। ଜିଲ୍ଲା କ୍ରୀଡା ଅଧିକାରୀ ସତ୍ୟଜିତ ଗହଣ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଭାତ ପଟ୍ଟନାୟକ , କ୍ରିକେଟ ସମ୍ପାଦକ ଅଶୋକ ନାୟକ ସମେତ ଜିଲ୍ଲା କ୍ରୀଡା ସଂଘର ସମସ୍ତ ସଦସ୍ୟ ଖେଳାଳିଙ୍କୁ ଶୁଭେଛା ପ୍ରଦାନ କରିଛନ୍ତି। ସୂଚନା ଯୋଗ୍ୟ ଯେ ଭଳିବଲ୍, ଖୋକ, କବାଡି ଏବଂ ଫୁଟବଲ୍ ବିଭାଗରେ ଜିଲ୍ଲାର ଉଭୟ ବରିଷ୍ଟ ଏବଂ କନିଷ୍ଟ ବର୍ଗର ୧୦ ଗୋଟି ବାଳକ ଏବଂ ୬ ଗୋଟି ବାଳିକା କ୍ଲବ ଦଳ ଭାଗ ନେଇଥିଲେ। କ୍ରୀଡା ଶିକ୍ଷକ କାଳି କିଙ୍କର ପଟ୍ଟନାୟକ, ସପନ ବୈରାଗୀ, ବିଭାଶିସ ଦେ , ଅଜିତ୍ ପରିଜା, ପୂରଭି ପରିଡ଼ା, ଫିରୋଜ ହିଆଲ୍ ସମେତ ଜିଲ୍ଲାର ମଙ୍ଗଳ ବିଭାଗ ଏବଂ ଶିକ୍ଷା ବିଭାଗର କ୍ରୀଡା ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଉକ୍ତ ଖେଳ କୁ ପରିଚାଳନା କରିଥିବା ବେଳେ କ୍ରୀଡା ସଂଘର ବରିଷ୍ଟ ସଦସ୍ୟ ଶଶାଙ୍କ ଶେଖର ବେହେରା, ଦୁର୍ଯ୍ୟ ହରିଜନ, ଜି . ଚନ୍ଦ୍ର ଶେଖର ରାଜା, ହରି ସାନ୍ତା ପ୍ରମୁଖ ସହଯୋଗ କରିଥିଲେ। 



ଜିଲ୍ଲା ପ୍ରତିନିଧି ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର l