ତ୍ୟାଗପୁତ୍ତ ଜୀବନ, ନିଃସ୍ୱାର୍ଥପର ସେବା,ବିଶିଷ୍ଟ ସମାଜ ସେଵୀ,ହରେକୃଷ୍ଣ ଗିରି ଜନ ମାନସରେ ଅମର ଓ ତାଙ୍କର 16ତମ ଶ୍ରାଦ୍ଧ ଦିବସ ପାଳିତ
ବାଲିଆପାଳ ୨୪/୦୪ ( ସନ୍ୟାସୀ ବେହେରା ) : ନିସ୍ଵାର୍ଥପର ସେବା ଓ ତ୍ୟାଗପୁତ୍ତ ଜୀବନ ପାଇଁ ବିଶିଷ୍ଟ ସମାଜସେବୀ, ସଂଗଠକ, ବିଚାରକ ତଥା ଚଳଚିତ୍ର ପ୍ରଯୋଜକ ହରେକୃଷ୍ଣ ଗିରି ଜନ ମାନସରେ ଅମର ବୋଲି ଶୁକ୍ରବାର ଏସ କେ ଜି ସାରସ୍ୱତ ଟ୍ରଷ୍ଟ ପକ୍ଷରୁ ପାରୁଳିଆ ଛକ ସ୍ଥିତ ସ୍ବର୍ଗତ ହରେକୃଷ୍ଣ ଗିରିଙ୍କ ପ୍ରତିମୂର୍ତ୍ତି ଠାରେ ଆୟୋଜିତ ୧୬ ତମ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ସଭାରେ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ଉପରୋକ୍ତ ମତବ୍ୟକ୍ତ କରି ଛନ୍ତି। ଟ୍ରଷ୍ଟ ର ସଭାପତି ଅଧ୍ୟାପକ ଡ଼ଃ ସୁକାନ୍ତ କୁମାର ଗିରିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ସାଂସଦ ପ୍ରତିନିଧି ରବୀନ୍ଦ୍ର ନାଥ ଅଣ୍ଡିଆ , ପ୍ରାକ୍ତନ ଡି ଆଇ ସୁବାସ ଚନ୍ଦ୍ର ଚୌଧୁରୀ, ପ୍ରାକ୍ତନ ଅଧ୍ୟାପକ କୁଞ୍ଜକାନ୍ତ ପାତ୍ର, ବରିଷ୍ଠ ସାମ୍ବାଦିକ ଅଜୟ କୁମାର ସାହୁ,ପ୍ରାକ୍ତନ ଏସ ଆଇ ଅଫ ସ୍କୁଲସ୍ ମନ୍ମଥ କୁମାର ସାହୁ , ବାଘା ଯତୀନ ସ୍ମୃତି ପରିଷଦ ସଭାପତି ଅରବିନ୍ଦ ବେହେରା, ଯବନ କବି ସେକ ନିମାଜୀ, କବି ବିଜୟ କୁମାର ପାତ୍ର, ଉତ୍କଳ ସମ୍ମିଳନୀ ବାଲିଆପାଳ ଶାଖା ସମ୍ପାଦକ ସନ୍ୟାସୀ ବେହେରା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁଧାଂଶୁ ପାଞ୍ଝା, ଶ୍ରୀହରି ମଣ୍ଡଳ , ସାମ୍ବାଦିକ ଗୋପାଳ ସାହୁ, ଗୋପାଳ କୃଷ୍ଣ ବିଶ୍ୱାଳ, ପ୍ରକାଶ ପ୍ରଧାନ , ଦିଲ୍ଲୀପ କୁମାର ଦାସ, ସାମ୍ବାଦିକା ରମିତା ବିଶ୍ୱାଳ , କଣ୍ଠଶିଳ୍ପୀ ରାମ କୃଷ୍ଣ ଦାସ ଅଧିକାରୀ, ନଳିନୀ କାନ୍ତ ପାଢ଼ୀ, ଜିତେନ୍ଦ୍ର ପାତ୍ର, ହରେକୃଷ୍ଣ ତ୍ରିପାଠୀ, ଶ୍ରୀହରି ମଣ୍ଡଳ, ସବିତା ଦାସ, ଜୟନ୍ତ କୁମାର ଭୂୟାଁ, ମନୋଜ କୁମାର ସି, ହରିହର ପାତ୍ର, ଆରତୀ ପାତ୍ର, ରାକେଶ କୁମାର ପାତ୍ର ପ୍ରମୁଖ ଯୋଗ ଦେଇ ଦିବଂଗତ ଆତ୍ମକୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ସ୍ମୃତି ଚରଣ କରିଥିଲେ। ପ୍ରାରମ୍ଭରେ ସ୍ବର୍ଗତ ଗିରିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରାଗଲା ପରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଯୁବ ସମାଜସେବୀ କ୍ଷୀତିଶ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।