ଭୁରଟି ପଂଚାୟତ ଠାରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ କରା ଯାଇଥିଲା.
କଳାହାଣ୍ଡି, ୨୫/୦୪ ( ବିଷ୍ଣୁ ଚରଣ ସ୍ୱାଇଁ ) : ଆଦ୍ୟ ତା 25.04.2026 ରିଖରେ ଲାଞ୍ଜିଗଡ ବ୍ଲକ ଭୁରଟି ପଂଚାୟତ ସ୍ଥିତ ଏହି ସଭା ରେ ଭୁରଟି ପଂଚାୟତ ର 3 ଟି shg ସଦସ୍ୟା, CHO, ANM, ଅଙ୍ଗନ୍ବାଡ଼ି, ଆଶା, ସ୍କୁଲ ଶିକ୍ଷକ ଓ ଭୁରଟି ଗ୍ରାମବାସୀ ଉପସ୍ଥିତ ଥିଲେ. ବିଶ୍ୱ ମ୍ୟାଲେରିଆ ଦିବସ (25 ଏପ୍ରିଲ 2026) ବିଶ୍ୱ ମ୍ୟାଲେରିଆ ଦିବସ ପ୍ରତିବର୍ଷ 25 ଏପ୍ରିଲ ରେ ପାଳନ କରାଯାଏ । ଏହି ଦିନଟିର ଲକ୍ଷ୍ୟ ହେଉଛି ମ୍ୟାଲେରିଆ ରୋଗ ସମ୍ପର୍କରେ ସଚେତନତା ବଢ଼ାଇବା ଓ ଏହାର ନିରୋଧ ଓ ନିର୍ମୂଳ ପାଇଁ ଲୋକମାନଙ୍କୁ ଏକତ୍ର କରିବା । ମ୍ୟାଲେରିଆ କ’ଣ ? ମ୍ୟାଲେରିଆ ଏକ ଜୀବାଣୁଜନିତ ରୋଗ ଯାହା ମସା (Anopheles) ଦ୍ୱାରା ପ୍ରସାରିତ ହୁଏ । ଏହାର ଲକ୍ଷଣ ହେଉଛି ଜ୍ୱର, କାମ୍ପନ, ମୁଣ୍ଡବେଥା, ବାନ୍ତି ଏହି ଦିନର ଉଦ୍ଦେଶ୍ୟ ମ୍ୟାଲେରିଆ ବିଷୟରେ ଜଣସାଧାରଣଙ୍କୁ ସଚେତନ କରିବା ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରେରିତ କରିବା ମ୍ୟାଲେରିଆ ମୁକ୍ତ ସମାଜ ଗଢ଼ିବା ରୋଗ ନିରୋଧ ପାଇଁ କ’ଣ କରିବେ ? ମସା ଦାନୀ (Mosquito net) ବ୍ୟବହାର କରନ୍ତୁ ଜଳ ଜମି ରହିବାକୁ ଦିଅନ୍ତୁ ନାହିଁ, ସଫା ସୁଥା ପରିବେଶ ରଖନ୍ତୁ, ପୂର୍ଣ୍ଣ ହାତ ପୋଷାକ ପିନ୍ଧନ୍ତୁ, ଆବଶ୍ୟକ ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ, ମସାକୁ ରୋକନ୍ତୁ, ମ୍ୟାଲେରିଆକୁ ରୋକନ୍ତୁ“ସଚେତନତା ହିଁ ସୁରକ୍ଷା” ଏହି କାର୍ଯ୍ୟକ୍ରମ କୁ ପ୍ଲାନ ଇଣ୍ଡିଆ ର ଲାଞ୍ଜିଗଡ ବ୍ଲକ ଅଫିସର ମନୋଜ ରତେ ଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା.
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ