Hot Posts

6/recent/ticker-posts

ନୂଆପଡାର ସିନାପାଲି ବ୍ଲକରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୬ ଧୁମଧାମରେ ପାଳନ

ନୂଆପଡା, ୨୫/୦୪ ( ପରମେଶ୍ୱର ମେହେର ) : ବଲାଙ୍ଗୀର କୁ କେନ୍ଦ୍ରସୁନ କରି ଭି.ସି. ମାଧ୍ୟମରେ ରାଜ୍ୟର ସମସ୍ତ ବ୍ଳକ ରେ ଜାତୀୟ ପଞ୍ଚାୟତିରାଜ ଦିବସ- ୨୦୨୬ ବ୍ଲକସୁରୀୟ ସମାରୋହ ମହାସମାରୋହରେ ପଳନ କରାଯାଇଛି । ସେହିପରି ନୂଆପଡା ଜିଲ୍ଲା, ସିନାପାଲି ବ୍ଲକ କାର୍ଯ୍ୟାଳୟ ପରିସରରେ ମଧ୍ୟ ଭକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭିକ ସଭାରେ ମୁଖ୍ୟ ଅତିଥୁ ରୂପେ ମାଧୁରୀ ମାଝୀ (ଅଧ୍ଯକ୍ଷା, ଘିନାପାଲି ବ୍ଲକ) ଅଂଶଗ୍ରହଣ କରିଥିବା ବେଳେ, ସମ୍ମାନିତ ଅତିଥି ରୁପେ ମୀନା ଘିଭେଲା (ଉପାଧ୍ଯକ୍ଷା, ସିନାପାଲି ବ୍ଲକ), ପୁସ୍ତମ ମଣ୍ଡା (ସାଂସଦ ପ୍ରତିନିଧୁ, କଳାହାଣ୍ଡି), ଆଶା ଜୈନ (ଜିଲ୍ଲାପରିଷଦ ସଦସ୍ୟା), ସୁବ୍ରତ ପରିଜା (ଏ.ବି.ଡି.ଓ. ସିନାପାଲି ), ମନୀଷ ପଟେଲ (ସଭାପତି, ସମିତି ସଭ୍ୟ ସଂଘ ), ଖୁଟୁରାମ ସୁନାନୀ (ସଭାପତି, ସରପଞ୍ଚ ସଂଘ), ପ୍ରିୟରଞ୍ଜନ ମେହେର (ଜିଲ୍ଲା ବିଜେପିସମ୍ପାଦକ) ସୁବ୍ରତ କୁମାର ଠାକୁର (ପୂର୍ବତନ ବିଜେପି ଜିଲ୍ଲା ସଭାପତି, ନୂଆପଡା), ଲିଙ୍ଗରାଜ ଘିଭେଲା (ପୂର୍ବତନ ଜିଲ୍ଲାପରିଷଦ), ସ୍ମରଣ କୁମାର ଜାଲ (ବି.ଏଫ୍.ଓ. ସିନାପାଲି), ସୁନିଲ କୁମାର ସାମଲ (ତ.ଇ.ଓ. ସିନାପାଲି), ସୁଶାନ୍ତ କୁମାର ବେହେରା (ପି.ଇ.ଓ. ସିନାପାଲି ଗ୍ରାମ ପଞ୍ଚାୟତ) ଅଂଶଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ମୋହଳ ଚରଣ ମାଝୀ ନିଜ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିବା ସହିତ ବିଗତ ଦିନରେ କାର୍ଯ୍ୟକାରୀ କରାଯାଇଥିବା ଜନକଲ୍ୟାଣକାରୀ ଯୋଜନା ଓ ତାର ଲାଭ ସମ୍ବନ୍ଧରେ ଭି.ପି. ମାଧ୍ୟମରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ ମଧ୍ୟମରେ ପଞ୍ଚାୟତ ସମିତି ସିନାପାଲି ତରଫରୁ ଆର୍ଥକ ବର୍ଷ ୨୦୨୬-୨୭ ପାଇଁ ବିଭିନ୍ନ ଗାଁରୁ ନୂତନ ଭାବେ ଚୟନ ହୋଇଥିବା ଅନ୍ତୋଦୟ ଗୃହ ଯୋଜନାର ହିତାଧୁକାରୀ ମାନଙ୍କୁ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା ଏବଂ ଅନ୍ୟ କିଛି ହିତାଧୁକାରୀଙ୍କୁ ଇତ୍ତାକାର୍ଡ ମଧ୍ୟ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ଡବୁ.ଇ.ଓ. ସୁନିଲ କୁମାର ସାମଲ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ପି.ଇ.ଓ. ସୁଶାନ୍ତ କୁମାର ବେହେରା। ଏହି ସମାରୋହ ରେ ଶତାଧୁକ ଜନସାଧାରଣ, ବୁଦ୍ଧିଜୀବୀ, ରାଜନେତା, ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ଓ୍ବାର୍ଡ ସଭ୍ୟ ସଭ୍ୟା ବିଭିନ୍ନ ସଂଗଠନ ର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।