ବ୍ଲକସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୬ ପାଳିତ
ଲଇକେରା, ୨୫/୦୪ ( ଅନିଲ କୁମାର ସରାଫ ) : ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ କିର୍ମିରା ବ୍ଲକ କାର୍ଯ୍ୟାଳୟ ପରିସର ରେ ଜାତୀୟ ପଞ୍ଚାୟତିରାଜ ଓ ପାନୀୟ ଜଳ ପକ୍ଷରୁ କିର୍ମିରା ବ୍ଲକସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ ସହିତ ରାଜ୍ୟସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୬ ଆଭାସି ମାଧ୍ୟମରେ ସର୍ବସାଧାରଣ ଙ୍କୁ ଦେଖାଯାଇଥିଲା ।ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷା ସାବିତ୍ରୀ ମାଝୀ,ସାଂସଦ ପ୍ରତିନିଧି ବିଜୟ ଶର୍ମା,ବିଧାୟକ ପ୍ରତିନିଧି ବାବୁଲାଲ କିସାନ,ସରପଞ୍ଚ ସନ୍ତୋଷିନୀ ପଟେଲ,ମନ ବାଗ, ରାଧାରାଣୀ ସା,ବିଡିଓ ଅବିନାଶ ଲାକ୍ରା,ତହସିଲଦାର ସଞ୍ଜିବ କୁଲୁ, ଏବିଡିଓ ଖିଲେଶ୍ୱରୀ କାଲୋ ଅତିଥି ଭାବରେ ଯୋଗଦେଇ ଜାତୀୟ ପଞ୍ଚାୟତିରାଜ ଦିବସର ମହତ୍ତ୍ୱ ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା,ଉନ୍ନୟନ କାର୍ଯ୍ୟ ବିଷୟ ମତବ୍ୟକ୍ତ କରିଥିଲେ ।ଏହି ଅବସରରେ ବ୍ଲକରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବା ଯଥା-ଗ୍ରାମିଣ ଗୃହ ଯୋଜନାରେ ଝାରମୁଣ୍ଡା ପଞ୍ଚାୟତ, ମହାତ୍ମାଗାନ୍ଧୀ ଜାତୀୟ ଗ୍ରମୀଣ ନିଶ୍ଚିତ କର୍ମନିଯୁକ୍ତି ଓ ପରିମଳରେ ସୁଲାହୀ ପଞ୍ଚାୟତ,ଶ୍ରେଷ୍ଠ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ ପ୍ରଦୀପ କୁମାର ପଟେଲ,ଶ୍ରେଷ୍ଠ ଏମବିକେ ରାଜେଶ୍ୱରୀ ପଟେଲ କିର୍ମିରା,ଶ୍ରେଷ୍ଠ ସିଆରପି ମନୋରମା ପ୍ରଧାନ ସୁଲାହୀଙ୍କୁ ଅତିଥିମାନେ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରି ସମ୍ମାନିତ କରିଥିଲେ ।କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ପକ୍କା ଘର ତିନି ମାସରେ ସଂପୂର୍ଣ୍ଣ କରିଥିବା ଭୁକୁଲ ବାଗ,ସୁଜାତା ଧାନ,ପ୍ରତିମା ପିଙ୍ଗ,ଚନ୍ଦ୍ରଭାନୁ ଲରିଆଙ୍କୁ ୧୦ ଟଙ୍କା ଲେଖାଏଁ ଅଧିଲାଭ ରାଶି ପ୍ରଦାନ କରିବା ସହ ନୂତନ ଅନ୍ତ୍ୟୋଦୟ ଗୃହ ଯୋଜନାରେ ହିତାଧିକାରୀଙ୍କୁ ପକ୍କା ଘର ତିଆରି ପାଇଁ ଆଦେଶନାମା ପତ୍ର ପ୍ରଦାନ କରାଯାଇଥିଲା ।କାର୍ଯ୍ୟକ୍ରମକୁ ବିସିସି ଚାନ୍ଦିନୀ ବେହେରା ପରିଚାଳନା କରିଥିବାବେଳେ ଜିପିଡିଓ ଇଶ୍ୱରୀ ପ୍ରଧାନ,ବିଏଲଓ ଆଶୁତୋଷ ଦାସ,ବ୍ଲକ ମଙ୍ଗଳ ଅଧିକାରୀ ସଞ୍ଜିତା ମହନ୍ତ, ମିଶନଶକ୍ତି ବିପିସି ଅନୁପମା ମୀଞ୍ଜ, ସିପି ମହେଶ୍ୱର ତୁରୁକ ସହଯୋଗ କରିଥିଲେ ।