ଷୋଳସା ପାଣ୍ଠ ଶସ୍ୟ ଶ୍ୟାମଳ : ରବି ଧାନ ଚାଷରେ ରେକର୍ଡ।
ବାଲିଆପାଳ, ୨୩/୦୪ ( ସନ୍ୟାସୀ ବେହେରା ) : ବାଲିଆପାଳ ବ୍ଲକ କୋଷ୍ଟ କେନାଲ ଦକ୍ଷିଣ ପାର୍ଶ୍ୱ ଷୋଳସା ପାଣ୍ଠ ଏବେ ଶସ୍ୟ ଶ୍ୟାମଳ ରେ ପୂରି ଉଠିଛି। ରବି ହାଇ ଇଲଡିଂ ଧାନ ଚାଷରେ ଚଳିତ ବର୍ଷ ଏହା ରେକର୍ଡ କରିଛି। ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ଓ କୃଷି ସୂଚନା ପରାମର୍ଶ କେନ୍ଦ୍ରର ବୈଷୟିକ ସହାୟତା ରେ ମାଈ ଅଣ୍ଡିରା ଧାନ ଚାଷ କରି ପ୍ରାୟେ ଦୁଇ ଗୁଣା ଫାଇଦା ଚାଷୀ ପାଉଛନ୍ତି। ପୂର୍ବରୁ ଷୋଳସା ପାଣ୍ଠ ପାଣ୍ଠ ଜମି ରବି ଋତୁରେ ଶୁଖିଲା ଓ ପଡିଆ ରହୁଥିଲା।ଏବେ ଘରୋଇ ସେଲ୍ୟୁ ପଏଣ୍ଟ କରି ଚାଷୀମାନେ ଚାଷ କରିବାରେ ସୁବିଧା ପାଉଛନ୍ତି। ଖରିଫ ଧାନ ଚାଷ ଏହି ସବୁ ଜମିରେ ଆଦୌ ହୁଏ ନାହିଁ କହିଲେ ଚଳେ। ବର୍ଷା ଓ ବନ୍ୟା ପାଣି ମାସ ମାସ ଧରି ଏହି ପାଣ୍ଠ ଜମିରେ ଜମିରହେ। ବୁଣା ଧାନ ଚାଷ ଖରିଫ ଋତୁରେ ମଧ୍ୟ ସମ୍ଭବ ହୁଏ ନାହିଁ। ଚଳିତ ବର୍ଷ ସମୁଦାୟ ପାଣ୍ଠ ଜମିର ଏକ ତୃତୀୟାଂଶ ଜମିରେ ରବି ହାଇ ଇଲଡିଂ ଧାନ ଚାଷ ହୋଇଛି। ତେବେ ମାଈ ଅଣ୍ଡିରା ଧାନ ଚାଷରେ ଅଧିକ ଅମଳ ହେଉ ଥିବା ଚାଷୀ ମନ୍ମଥ କୁମାର ପାତ୍ର, ଅନନ୍ତ କୁମାର ଜେନା, ଶରତ ଚନ୍ଦ୍ର ପ୍ରଧାନ , କାଳି ଚରଣ ମଣ୍ଡଳ, ଗଣେଶ ଚନ୍ଦ୍ର ଜେନା, ସୁକୁମାର ପାତ୍ର, ସୁରେନ୍ଦ୍ର ନାଥ ରାଉଳ ପ୍ରମୁଖ କହିଛନ୍ତି।ସରକାରୀ ସ୍ତର ରେ ଉଠା ଜଳ ସେଚନ ପଏଣ୍ଟ ବସିଲେ ଚାଷୀ ଅଧିକ ଲାଭବାନ ହୋଇ ପାରନ୍ତେ ବୋଲି ଚାଷୀମାନେ ମଧ୍ୟ କହିଛନ୍ତି।