Hot Posts

6/recent/ticker-posts

ଦୁଇ ଦିନିଆ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ଉଦଯାପିତ।

ବାଲିଆପାଳ, ୨୩/୦୪ ( ସନ୍ୟାସୀ ବେହେରା ) : ବାଲିଆପାଳ ବ୍ଲକ ଅନ୍ତର୍ଗତ ତଳ ବାଲିଆପାଳ ଗ୍ରାମରେ ୪ ଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଦୁଇ ଦିନିଆ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ଉଦଯାପିତ ହୋଇଯାଇଛି।ଉଦଯାପନ ଉତ୍ସବରେ ସଂକୀର୍ତ୍ତନ ମଣ୍ଡଳୀ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ନାରାୟଣପୁର ଦୁର୍ଗାମାତା ସଂକୀର୍ତ୍ତନ ମଣ୍ଡଳୀ ପ୍ରଥମ ହୋଇଥିବା ବେଳେ ତାଡଦା ସଂକୀର୍ତ୍ତନ ମଣ୍ଡଳୀ ଦ୍ୱିତୀୟ ହୋଇ ପୁରସ୍କାର ଓ ଟ୍ରଫି ଗ୍ରହଣ କରିଥିଲେ।ସେହିପରି ସଂଗୀତ ନୃତ୍ୟ, ବାଦ୍ୟରେ କୃତୀ କଳାକାରମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ତଳବାଲିଆପାଳ ଗ୍ରାମ୍ୟ କମିଟିର ସଭାପତି ମୁରଲୀ ମୋହନ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଶିକ୍ଷକ ଝାଡେଶ୍ୱର ପ୍ରଧାନ,ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଅଜୟ କୁମାର ସାହୁ,ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଗୋପାଳ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଏହି ଅବସରରେ ବକ୍ତବ୍ୟ ପ୍ରଦାନ କରିବା ସହିତ କୃତୀ ସଂକୀର୍ତ୍ତନ ମଣ୍ଡଳୀ ଓ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ।ଅଷ୍ଟ ପ୍ରହରୀ ନାମ ସଂକୀର୍ତ୍ତନ ସହିତ ମା ଭଗବତୀଙ୍କ ପୂଜା ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।କମିଟି ସମ୍ପାଦକ ଅରୁଣ କୁମାର ରଣଜିତ,ଦିବାକର ଧଳ,କାର୍ତିକ ଧଳ,କାଳିଚରଣ ଜେନା,ମଣ୍ଟୁ ପ୍ରଧାନ,ଅବିନାଶ ପାତ୍ର,ବିକାଶ ପାତ୍ର,କମଳାକାନ୍ତ ପ୍ରାମାଣିକ,ସଦାଶିବ ଧଳ,ଅମୂଲ୍ୟ ନାୟକଙ୍କ ସହିତ ଗ୍ରାମର ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ଉତ୍ସବ ସମାପନ ହୋଇଥିଲା।