କୋରାପୁଟ, ୨୩/୦୪ ( ଗୁପ୍ତ ପ୍ରସାଦ ପତ୍ରିକା ) : ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆଜି କୋରାପୁଟ ଜିଲ୍ଲାରେ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିବା ଦେଖାଯାଇଛି। ସକାଳ ୬ଟାରୁ ଦୁପର ୧୨ଟା ପର୍ଯ୍ୟନ୍ତ ଚାଲିଥିବା ଏହି ବନ୍ଦ ସମୟରେ ସହରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନବଜାର ସ୍ୱାଭାବିକ ଭାବେ ଖୋଲା ରହିଥିଲା କିନ୍ତୁ ଯାତାୟାତ ସେବା ପ୍ରାୟ ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ ହୋଇଥିଲା। ମୋର୍ଚ୍ଚାର କର୍ମୀମାନେ କୋରାପୁଟ ସହରର ମୁଖ୍ୟ ଟ୍ରାଫିକ ଛକ ଓ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରି ପ୍ରତିବାଦ ପ୍ରଦର୍ଶନ କରିଥିଲେ। ସହ ସହ ଟ୍ରକ୍, ବସ୍,କାର ଜାତୀୟ ରାସ୍ତା କଡ ରେ ଅଟକି ରହିଥିବା ଦୃଶ୍ୟ ଦେଖିବାକୁ ମିଳି ଥିଲା । ଭାରତ ମୁକ୍ତି ମୋର୍ଚ୍ଚାର କର୍ମ କର୍ତ୍ତା ମାନେ ନିଜ ଦାବି ପୂରଣ ପାଇଁ ସ୍ଲୋଗାନ ଦେଇଥିଲେ ଓ ସରକାରଙ୍କ ନୀତିକୁ ବିରୋଧ କରିଥିଲେ। ଏହି ବନ୍ଦ ପାଳନ ସମୟରେ ଶହଶହ ସମର୍ଥକ ରାସ୍ତା ଉପରେ ରହିଥିଲେ, ବିଶେଷ କରି ଗ୍ରାମୀଣ ଅଞ୍ଚଳରେ ମଧ୍ୟ ବନ୍ଦର ପ୍ରଭାବ ପଡ଼ିଥିବା ଖବର ମିଳିଛି। ସରକାରୀ କାର୍ଯ୍ୟାଳୟ ଓ ଆପାତକାଳୀନ ସେବାମାନେ ସାଧାରଣ ଭାବେ ଚାଲୁ ରହିଥିଲେ, ଯଦିଓ ସାଧାରଣ ଜନଜୀବନ କିଛି ସମୟ ପାଇଁ ବିଘ୍ନିତ ହୋଇଥିଲା। ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଢ଼ା କରାଯାଇଥିଲା ଓ କୌଣସି ଅପ୍ରୀତିକର ଘଟଣା ଘଟିନଥିବା ସୂଚନା ମିଳିଛି। ଭାରତ ମୁକ୍ତି ମୋର୍ଚ୍ଚା ନେତୃତ୍ୱ କାରୀ ଡ. ଇସ୍ମାଇଲ୍ ପାତ୍ର ଓ ଅନ୍ୟ କର୍ମୀ ମାନେ ଦାବି କରିଛନ୍ତି ଯେ, ସେମାନଙ୍କ ଆନ୍ଦୋଳନକୁ ଜନସାଧାରଣର ଭଲ ସମର୍ଥନ ମିଳିଛି। ଏପରିକି, ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ଥିତି ନିୟନ୍ତ୍ରଣରେ ରହିଥିବା କୁହାଯାଇଛି।
କୋରାପୁଟ ରୁ ଗୁପ୍ତ ପ୍ରସାଦ ପତ୍ରିକା ଙ୍କ ରିପୋର୍ଟ ନବଦୂତ ନିୟୁଜ୍ ଓଡ଼ିଶା ,
