Hot Posts

6/recent/ticker-posts

ପାଞ୍ଚ ଦଫା ଦାବି ନେଇ ବାବା ବିଶ୍ୱକର୍ମା ରାଜମିସ୍ତ୍ରୀ ସଂଘର ଶୋଭାଯାତ୍ରା ଓ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ।

ଝରିଗାଁ, ୧୫/୦୪ ( ନକୁଲ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାବା ବିଶ୍ୱକର୍ମା ରାଜମିସ୍ତ୍ରୀ ସଂଘର ପାଞ୍ଚ ଦଫା ଦାବି ନେଇ ବିଡିଓ ଙ୍କୁ ସରକାରଙ୍କ ଉଦ୍ଦେଶ୍ୟରେ ଦାବି ପ୍ରଦାନ କରିଥିବା ବେଳେ ଏକ ଶୋଭାଯାତ୍ରାରେ ବାହାରି ଶତାଧିକ ମିସ୍ତ୍ରୀ ନଗର ପରିକ୍ରମା କରିଥିଲେ। ବରାଗୁଡ଼ା ସ୍ଥିତ ବ୍ଲକ ମିସ୍ତ୍ରୀ ସଂଘ କାର୍ଯ୍ୟାଳୟ ଗୃହରୁ ଏକ ଶୋଭାଯାତ୍ରା ବାହାରି ମିନି ଷ୍ଟାଡିୟମ୍ ପରିସରରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ବ୍ଲକ ମିସ୍ତ୍ରୀ ସଂଘ ସଭାପତି ମେଙ୍ଗ ହରିଜନଙ୍କ ହରିଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୂଖ୍ୟ ଅତିଥି ଭାବେ ଝରିଗାଁ ବିଧାୟକ ନରସିଂହ ଭତରା ଯୋଗଦେଇଥିବା ସ୍ଥଳେ ବରେଣ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ ଯୋଗ ଦେଇଥିଲେ। ସେଇପରି ସମ୍ମାନିତ ଅତିଥି ମଧ୍ୟରେ ଉମରକୋଟ ମିସ୍ତ୍ରୀ ସଂଘ ସଭାପତି ଧନୀରାମ ମଙ୍ଗରାଜ,ମଣ୍ଡଳ ସଭାପତି ସୁକାଲୁ ଗଣ୍ଡ,,ବିଧାୟକ ପ୍ରତିନିଧି ଗଣପତି ସାହୁ, ସମିତି ସଭ୍ୟ ତମ୍ବୁଦାସ ପନକା, ସମାଜସେବୀ ପ୍ରଫୁଲ୍ଲ ପ୍ରଧାନୀ, ଚୈତନ୍ୟ ନଦିଆ ପ୍ରମୁଖ ମଞ୍ଚାସୀନ ଥିଲେ। ବାବା ବିଶ୍ୱକର୍ମା ରାଜମିସ୍ତ୍ରୀ ସଂଘର ପାଞ୍ଚ ଦଫା ପ୍ରମୁଖ ଦାବି ମଧ୍ୟରେ ରାଜମିସ୍ତ୍ରୀ ମାନଙ୍କୁ ବିଶ୍ୱକର୍ମା ଯୋଜନାରେ ପ୍ରଶିକ୍ଷଣ ପ୍ରଦାନ କରିବା , ସରକାରଙ୍କ ନିର୍ମାଣ ହେଉଥିବା କୋଠା ଗୃହ ଗୁଡ଼ିକର ବାହାର ରାଜ୍ୟ ର ମିସ୍ତ୍ରୀଙ୍କୁ ନିୟୋଜନ କରାନଯାଇ ବ୍ଲକର ଆଞ୍ଚଳିକ ମିସ୍ତ୍ରୀଙ୍କୁ ନିୟୋଜନ କରିବା। ବକେୟା କରୋନା ଟଙ୍କା ବଞ୍ଚିତ ମିସ୍ତ୍ରୀଙ୍କୁ ପ୍ରଦାନ କରିବା । ନବରଙ୍ଗପୁର ଲେବର ଅଫିସକୁ କରୋନା ଟଙ୍କା ଫେରସ୍ତ ହୋଇନଥିବା ବେଳେ ଉକ୍ତ ଟଙ୍କା ଫେରସ୍ତ କରିବା , ଗତ ସରକାରରେ ମିଳୁଥିବା ମିସ୍ତ୍ରୀଙ୍କ ସୁରକ୍ଷା ସାମଗ୍ରୀ ସାଇକେଲ ସେପଟି ସହ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରିବା। ନୂତନ ଲେବର କାର୍ଡ ପ୍ରଦାନ ସହ ଶିକ୍ଷା ସହାୟତା,ବିବାହ ସହାୟତା,ଗୃହ ନିର୍ମାଣ ସହାୟତା, ପେନସନ ଭତ୍ତା ସହାୟତା, ପୁରୁଣା ଲେବର କାର୍ଡ ବଦଳେ ନବୀକରଣ କାର୍ଡ ପ୍ରଦାନ କରିବା ଆଦି ପାଞ୍ଚ ଦାବି ନେଇ ସଙ୍ଘ ପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମୁଖ୍ୟ ଅତିଥି ବିଧାୟକ ନରସିଂହ ଭତରା ଜଗତ କୁ ସୁନ୍ଦର କରି ଗଢ଼ି ତୋଳିବାରେ ମିସ୍ତ୍ରୀ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି ତେଣୁ ରାଜମିସ୍ତ୍ରୀ ସଂଘ ର ଏହି ପାଞ୍ଚ ଦାବି ନେଇ ବ8ଧାନ ସଭାରେ ଉପସ୍ଥାପନ କରିବେ ବୋଲି ନିଜ ଅଭିଭାଷଣରେ କହିଥିଲେ। ସେହିପରି ବରେଣ୍ୟ ଅତିଥି ଚନ୍ଦ୍ରଭାନୁ ନାୟକ ସମସ୍ତଙ୍କ ବିକାଶ ଲାଗି ଏନ୍ ଡି ଏ ସରକାର ଦୃଢ଼ ସଂକଳ୍ପବଦ୍ଧ ରହିବା ସହ ମି଼ସ୍ତ୍ରୀ ସଂଘ ର ପ୍ରମୁଖ ଦାବି ନିଶ୍ଚିତ ଭାବେ ପୂରଣ କରିବେ ବୋଲି ନିଜ ବକ୍ତବ୍ୟ ରଖିଥିଲେ। ଆୟୋଜିତ ବୈଠକରେ ସଂଘ ଗୃହର ଉନ୍ନତିକରଣ ନିମନ୍ତେ ବିଧାୟକଂକ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଆଜିର ଅନୁଷ୍ଠିତ ଶୋଭାଯାତ୍ରା ଓ ବୈଠକରେ ଝରିଗାଁ ବ୍ଲକର ବିଭିନ୍ନ ଅଂଚଳରୁ ଶତାଧିକ ରାଜମିସ୍ତ୍ରୀ ମିସ୍ତ୍ରୀ ପୁରୁଷ ମହିଳା ଯୋଗ ଦେଇଥିଲେ।