Hot Posts

6/recent/ticker-posts

ମହାବିଷୁବ ସଂକ୍ରାନ୍ତିରେ ପଣା ବାଣ୍ଟିଲେ ବିଜେପି କର୍ମୀ

ଝରିଗାଁ, ୧୫/୦୪ (ନକୁଲ ଭତ୍ରା) : ମହାବିଷୁବ ସଂକ୍ରାନ୍ତି ଠାରୁ ଓଡ଼ିଆ ନବବର୍ଷର ଶୁଭାରମ୍ଭ ହୋଇଥିବ ବେଳେ ପ୍ରାୟତଃ ଓଡ଼ିଆ ସଂସ୍କୃତିର ଏହି ମହାନ ପର୍ବକୁ ପଲ୍ଲୀ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ଦ୍ଵାରା ଭକ୍ତ ଉଲ୍ଲାସର ସହ ପାଳନ କରିଥାଆନ୍ତି । ପବିତ୍ର ମହାବିଷୁବ ପଣାସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ଅବସରରେ ବିଜେପିର ନେତା ସୁଜନ ଭକ୍ତଙ୍କ ଆହ୍ୱାନରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଧୋଡ୍ରା ମୁଖ୍ୟ ଛକ ଠାରେ ବିଜେପି କର୍ମୀଙ୍କ ପକ୍ଷରୁ ପଣା ବଣ୍ଟନ କରାଯାଇଥିଲା । ଝରିଗାଁ ବିଧାୟକ ନରସିଂହ ଭତ୍ରା ପ୍ରଥମେ ଲୋକମାନଙ୍କୁ ଦହି ପଣା ବଣ୍ଟନ କରି ସ୍ବାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଧୋଡ୍ରା ପଞ୍ଚାୟତ ସଭାପତି ସୁବାଷ ପନକା , ସନ୍ଦିପ ମିର୍ଧା , ଯର୍ତୀମୟୀ ରାୟ , ରାଜେଶ ଗୁପ୍ତା ,ସୁନ୍ଦର ଦାସ, ଅକ୍ଳେଶ ଗୁପ୍ତା , ଦୁର୍ଯୋ ପନକା, ସଦା ପୂଜାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ଦିନ ୧୦ ଘଣ୍ଟିକା ଠାରୁ ଆରମ୍ଭ କରାଯାଇ ୩ ଘଣ୍ଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।