Hot Posts

6/recent/ticker-posts

ବିବେକ ଜଳ ତରଫରୁ ଜଳଛତ୍ର ଉଦଘାଟିତ

ଭବାନୀପାଟଣା, ୨୪/୦୪ ( ବିଷ୍ଣୁ ଚରଣ ସ୍ୱାଇଁ ) : ଆଜି ବିବେକ ଜଳ ତରଫରୁ ଜଳଛତ୍ର ଭବାନୀପାଟଣା ସହର କଲେଜ ଛକ ନିକଟ ରେ ଉଦଘାଟନ ହୋଇଯାଇଛି | ସହର ରେ ଦିନ କୁ ଦିନ ବଢୁଥିବା ତାପମାତ୍ରା କୁ ଦୃଷ୍ଟିରେ ରଖି ବିବେକ ଜଳ ର ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଙ୍କ ସହଯୋଗ ସହ ଉପସ୍ଥିତ ରହି ଅନୁଷ୍ଠାନିକ ଭାବେ ଉଦଘାଟନ କରି ଜନ ସାଧାରଣ ବାଟୋଇ ମାନଙ୍କ ପାଇଁ ଉଦିଷ୍ଟ ଏବଂ ଆଗାମୀ ଦିନ ରେ ବିଭିନ୍ନ ଛକ ଓ ଜନ ଗହଳି ପୂର୍ଣ୍ଣ ସ୍ଥାନ ରେ ଜଳ ଛତ୍ର କାର୍ଯ୍ୟକ୍ରମ ହେବ ବୋଲି ପ୍ରକାଶ କରିଛନ୍ତି | ଏହି କାର୍ଯ୍ୟକ୍ରମ ରେ ଅମର ଲାଲ ସି, ପ୍ରସନ୍ନ ପଟ୍ଟନାୟକ, ରମେଶ ପଳେଇ, ଆଶିଷ କୁମାର ସାହୁ, ସନ୍ତୋଷ ପରିଡା, ଅଶୋକ କୁମାର ଖମାରୀ, କୁମୁଦକାନ୍ତ ବାଗ, ଦୀନବନ୍ଧୁ ଛତ୍ରିଆ, ପ୍ରଶାନ୍ତ କୁମାର ପ୍ରଧାନ, ପରୀକ୍ଷିତ ଚୌହାନ, ଗଜେନ୍ଦ୍ର ଡାକୁଆ ସମେତ ବହୁ ଜନସାଧାରଣ ଉପସ୍ଥିତ ଥିଲେ | ବିବେକ ଜଳ ପକ୍ଷରୁ ଏହି କାର୍ଯ୍ୟକ୍ରମ କୁ ଜନ ସାଧାରଣରେ ପ୍ରଶଂସା କରାଯାଇଛି |