Hot Posts

6/recent/ticker-posts

ବିଶ୍ବ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ

ବରୀ, ୨୨/୦୪ ( ରଂଜିତ ମହାନ୍ତି ) : ବରୀ ରେ ବିଶ୍ଵ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳିତ ହୋଇଛି। ଏହି ଅବସରରେ ବରୀ ମାଉଣ୍ଡରେ ସ୍ଥାପିତ ସହିଦ ସାଉଁଟି ମଲିକ, ସାନନ୍ଦ ସ୍ବାଇଁ, ହାଡ଼ିବନ୍ଧୁ ପଣ୍ଡା, ମାୟାଧର ଭୂୟାଁ, ଭଗବାନ ବୁଦ୍ଧ, କବି ବାଞ୍ଛାନିଧୂ ଦାଶ, ମା' ରମାଦେବୀ, ଗୋପବନ୍ଧୁ ଚୌଧୁରୀ, କବି ଅଭିମନ୍ୟୁଙ୍କ ପ୍ରତିମୂର୍ତ୍ତିକୁ ପୂର୍ବତନ ବିଧାୟିକା ସୁନନ୍ଦା ଦାସ ସଫେଇ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ତହସିଲଦାର ଦିପ୍ତିମୟୀ ବେହେରା, ଶିକ୍ଷାବିତ୍ ଡ. ନୃସିଂହ ଚରଣ ବେହେରା, ବୌଦ୍ଧ ଗବେଷକ ଦିଲ୍ଲୀପ କୁମାର ଦାସ, ଓଷ୍ଟାର ରାଜ୍ୟ ସମ୍ପାଦକ ନିର୍ମଳ କୁମାର ଜେନା, ଶିକ୍ଷାବିତ୍ ଗୋପବନ୍ଧୁ ଦାସ, କଣ୍ଠ ଚନ୍ଦ୍ର ଘଡ଼େଇ, ସମବାୟ ସଭାପତି ଅନିରୁଦ୍ଧ ମଲ୍ଲ, ଓକିଲ ସଂଘ ସଭାପତି ରାଜ କିଶୋର ସାମଲ, ବରିଷ୍ଠ ଓକିଲ ବିରଜା ପ୍ରସାଦ ପରିଡ଼ା, ପୂର୍ବତନ ଜିଲାପରିଷଦ ସଭ୍ୟ ସୁଲଭ ବେଉରିଆ ପ୍ରମୁଖ ଯୋଗଦେଇଥିଲେ। ସେହିପରି ହାଟସାହିରେ ସହିଦ ମାୟାଧର ଭୂୟାଁ ପୀଠରେ ଶିକ୍ଷାବିତ୍ ଡ. ବେହେରା, ପୁଷ୍ପଗିରି ପରିଷଦର ସମ୍ପାଦକ ମକର ଚରଣ ସାହୁ, କୁଶଧ୍ବଜ ସାମଲ, ଅଭିରାମ ମଲ୍ଲ, କପିଳ ଚରଣ ସାମଲ, କରୁଣାକର ଦାସଙ୍କ ନେତୃତ୍ବରେ ଅନ୍ୟମାନେ ସହିଦଙ୍କ ପ୍ରତିମୂର୍ତ୍ତି ସହିତ ଚନ୍ଦନପୁରର ସ୍ବାଧୀନତା ପରବର୍ତ୍ତୀ ଦୁଇ ସହିଦ ସଞ୍ଜୀବ ଜେନା ଓ ଶିଶିର ସାମଲ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗଗନ ବିହାରୀ ଜେନା, ମହେଶ୍ଵର ମଲ୍ଲ, ଭୋଳାନାଥ ସାମଲ, ଶିକ୍ଷକ ନେତା ଲୋକନାଥ ଦାସ, ସ୍ବାଧୀନତା ସଂଗ୍ରାମୀ ମଧୁସୂଦନ ଦାସ, ରାଜନେତା ନବ କିଶୋର ସାମଲ ପ୍ରମୁଖଙ୍କ ପ୍ରତିମୂର୍ତ୍ତି ସଫେଇ କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସେହିପରି ବ୍ଲକ ପରିସରରେ ଥ‌ିବା ଭଗବାନ ବୁଦ୍ଧ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ମହେଶ୍ଵର ସେଠୀ ସଫେଇ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲ