ଜାମକୁଣ୍ଡା ପଂଚାୟତର ବରିଷ୍ଠ ସାହିତ୍ୟିକ, ଜଗନ୍ନାଥ ପ୍ରିଣ୍ଟିଙ୍ଗ ପ୍ରେସର ଜନ୍ମଦାତା, ସମାଜସେବୀ ପ୍ରମଥ ନାଥ ଜେନାଙ୍କ ଶ୍ରଦ୍ଧାଞ୍ଜଳି ସଭା ।
ବାଲିଆପାଳ, ୨୨/୦୪ ( ସନ୍ୟାସୀ ବେହେରା ) : ବାଲିଆପାଳ ବ୍ଲକ ଜାମକୁଣ୍ଡା ଗ୍ରାମର ସୁ ସାହିତ୍ୟିକ ତଥା ସମାଜସେବୀ ପ୍ରମଥ ନାଥ ଜେନାଙ୍କ ଏକାଦଶାହ ଶ୍ରଦ୍ଧାଞ୍ଜଳି ସଭା ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି।ବାଲିଆପାଳ ଇତିହାସ ଲେଖକ ଅଧ୍ୟାପକ ଡ଼ ସୁକାନ୍ତ କୁମାର ଗିରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପ୍ରାକ୍ତନ ସେନା ଅଧିକାରୀ କମଳ ଲୋଚନ ପିଳା, ପ୍ରାକ୍ତନ ବି ଆର ସି ସି ମନ୍ମଥ କୁମାର ସାହୁ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀହରି ମଣ୍ଡଳ, ଉତ୍କଳ ସମ୍ମିଳନୀ ସମ୍ପାଦକ ସନ୍ୟାସୀ ବେହେରା, କବି ନଳିନୀ କାନ୍ତ ପାଢ଼ୀ, ସୁଶାନ୍ତ କୁମାର ବେହେରା, ବିନୋଦ ବିହାରୀ ଜେନା, ଭୀମ ଚରଣ ବେହେରା, ରାଧା ଗୋବିନ୍ଦ ବିଶ୍ୱାଳ, ସୁଶାନ୍ତ କୁମାର ଜେନା, କାଳି ଚରଣ ବେହେରା, ଗୋପୀନାଥ ପ୍ରଧାନ, ମନ୍ମଥ କୁମାର ଜେନା, ରାମନାଥ ସାହୁ ପ୍ରମୁଖ ଯୋଗ ଦେଇ ପ୍ରମଥଙ୍କ ସାରସ୍ୱତ କୃତୀ ଓ ନିସ୍ଵାର୍ଥ ସମାଜସେବା ଉପରେ ଆଲୋଚନା କରିଥିଲେ।ଏହି ଅବସରରେ ସ୍ବର୍ଗତ ପ୍ରମଥ ନାଥ ଜେନାଙ୍କ ଉଦ୍ଦେଶ୍ୟ ରେ ଲିଖିତ ସ୍ମରଣିକା " ସ୍ମୃତି ଶ୍ରଦ୍ଧାଞ୍ଜଳି " କୁ ସଭାରେ ଉନ୍ମୋଚନ କରାଯାଇଥିଲା । ପୁତ୍ର ବିଜନ କୁମାର ଜେନା, ତପନ କୁମାର ଜେନା, ନିର୍ଜନ କୁମାର ଜେନା, ରଞ୍ଜନ କୁମାର ଜେନା, ଶ୍ୟାମ ସୁନ୍ଦର ସାହୁ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ। ପ୍ରାରମ୍ଭରେ ଦିବଂଗତ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲା।