Hot Posts

6/recent/ticker-posts

କୋଟି ଟଙ୍କାରେ ନିର୍ମିତ ରାମ ମନ୍ଦିର: ରାୟଗଡ଼ାବାସୀଙ୍କ ମଧ୍ୟରେ ଉତ୍ସାହ

ରାୟଗଡ଼ା, ୨୨/୦୪ ( ଭି. ଗୌରି ଶଙ୍କର ରାଓ ) : ଦେବାଳୟ ସମିତି ପକ୍ଷରୁ ନବ ନିର୍ମାଣ ହୋଇଥିବା ଭବ୍ୟ ରାମ ମନ୍ଦିର ର ପ୍ରତିଷ୍ଠା କାର୍ଯ୍ୟକ୍ରମ ଗତ ୧୮.୦୪.୨୦୨୬ ରୁ ଆରମ୍ଭ ହୋଇ ଯାଇଛି ଓ ଏହା ଆସନ୍ତା ୨୪.୦୪.୨୦୨୬ ପର୍ୟ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମ ନିମନ୍ତେ ଶ୍ରୀ ବିଷ୍ନୁ ମହା ଯଜ୍ଞ ଅନୁଷ୍ଠାନ ର ଆୟୋଜନ କରାଯାଇଛି ଏବଂ ଏହି ଯଜ୍ଞ କୁ ସମ୍ପାଦନ କରିବା ନିମନ୍ତେ 
ପ୍ରଥମ ଦିନ ବିଷ୍ନୁ ପୂଜନ ଓ ଦଶ ବିଧ ସ୍ନାନ ପୂଜନ ହୋଇଛି। ଦ୍ଵିତୀୟ ଦିବସ ରେ ଚତୁଃ ବେଦ ମନ୍ତ୍ର ପାଠ କରିଥିଲେ। ତୃତୀୟ ଦିବସ ରେ ଜଲଧି ବାସ, ନେତ୍ର ମିଳନ ଓ ଅଭିଷେକ ପୂଜନ ହୋଇ ଯାଇଛି। ଚତୁର୍ଥ ଦିନରେ ନଗର ପରିକ୍ରମା ଓ ବିଗ୍ରହ ମାନଙ୍କ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପଞ୍ଚମ ଦିନ ବିଗ୍ରହ ମାନଙ୍କର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଶ୍ରୀ ବିନୟ ଦ୍ଵିବେଦୀ, କାର୍ଯ୍ୟନିର୍ବାହୀ ଉପସଭାପତି ଙ୍କ ଦ୍ଵାରା କରାଯିବାର ବ୍ୟବସ୍ଥା ରହିଛି ଓ ଗର୍ଭ ଗୃହରେ ବିଗ୍ରହ ମାନଙ୍କୁ ଅଧିଷ୍ଠିତ କରାଯିବ। ଶେଷରେ ପୂର୍ଣାହୁତି ଓ ପ୍ରସାଦ ବଣ୍ଟନ ବ୍ୟବସ୍ଥା ରହିଛି। ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ଗଙ୍ଗା ଆରତି କରାଯାଉଛି । ଯାହାକି ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଛି। ଶହ ଶହ ସଂଖ୍ଯାରେ ଭକ୍ତ ଗଣ ଉପସ୍ଥିତ ରହି ଆନନ୍ଦ ଉପଭୋଗ କରୁଛନ୍ତି। ଉତ୍ତର ପ୍ରଦେଶରୁ ଆସିଥିବା ଗାୟକ ମାନଙ୍କ ଦ୍ଵାରା ବିଳମ୍ବିତ ସନ୍ଧ୍ଯା ରେ ତୁଳସୀ ରାମାୟଣ ପାଠ କରା ଯାଉଛି।