Hot Posts

6/recent/ticker-posts

ସିନାପାଲିରେ ଝଡ଼-ତୋଫାନର ତାଣ୍ଡବ, ଘଡ଼ଘଡ଼ି, କୁଆପଥର ସହ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି

ସିନାପାଲି, ୦୬/୦୪ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲାର ସିନାପାଲି ଅଞ୍ଚଳରେ ରବିବାର ସନ୍ଧ୍ୟାରେ ହଠାତ୍ ଆସିଥିବା ଝଡ଼-ତୋଫାନ ସହ ଘଡ଼ଘଡ଼ି, କୁଆପଥର ଓ ପ୍ରବଳ ବର୍ଷା ଜନଜୀବନକୁ ଅସ୍ଥବ୍ୟସ୍ତ କରିଦେଇଛି । ମାତ୍ର କିଛି ମିନିଟ୍‌ରେ ପ୍ରକୃତିର ଏହି ତାଣ୍ଡବ ରୂପ ସମଗ୍ର ଅଞ୍ଚଳକୁ ଆତଙ୍କିତ କରିଦେଇଥିଲା । ସ୍ଥାନୀୟ ସୂଚନା ଅନୁସାରେ, ଜୋର ଝଡ଼ ସହ ବର୍ଷା ହେବାରୁ ଅନେକ ବଡ଼ ବଡ଼ ଗଛ ଓ ଲତା ଭାଙ୍ଗି ପଡ଼ିଛି । ରାସ୍ତା ଉପରେ ଗଛ ପଡ଼ି ଯାଇଥିବାରୁ ଯାତାୟାତ ବ୍ୟବସ୍ଥା ମଧ୍ୟ କେତେକ ସ୍ଥାନରେ ବାଧାପ୍ରାପ୍ତ ହୋଇଛି । ଏହା ସହିତ ଅନେକ ବିଦ୍ୟୁତ ଖମ୍ବ ଭାଙ୍ଗି ପଡ଼ିଥିବାରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇ ଲୋକମାନେ ଅନ୍ଧକାରରେ ରହିବାକୁ ବାଧ୍ୟ ହୋଇଛନ୍ତି । ଏହି ପ୍ରାକୃତିକ ବିପର୍ଯ୍ୟୟରେ ବହୁତ ଧନ-ସମ୍ପତ୍ତିର କ୍ଷୟକ୍ଷତି ଘଟିଥିବା ଖବର ମିଳିଛି । ଘର ବାଡ଼ିର ଛାତ ଉଡ଼ିଯିବା ସହ ଅନେକ ଲୋକଙ୍କ ଜିନିଷପତ୍ର ମଧ୍ୟ କ୍ଷତି ଘଟିଥିବା ଆଶଙ୍କା କରାଯାଉଛି । ତଥାପି, ଏପର୍ଯ୍ୟନ୍ତ କୌଣସି ଜୀବନହାନି ଘଟିଥିବା ସ୍ପଷ୍ଟ ସୂଚନା ମିଳିନାହିଁ । ଘଟଣା ପରେ ସ୍ଥାନୀୟ ପ୍ରଶାସନ ସତର୍କ ହୋଇ ପରିସ୍ଥିତିର ମୁକାବିଲା ପାଇଁ ପଦକ୍ଷେପ ନେଇଛି । ବିଦ୍ୟୁତ ବିଭାଗ ଓ ଅଗ୍ନିଶମ ବିଭାଗ ଦଳ ଘଟଣାସ୍ଥଳକୁ ପହଞ୍ଚି ସ୍ଥିତି ସମାଧାନରେ ଲାଗିପଡ଼ିଛନ୍ତି । ସ୍ଥାନୀୟ ଲୋକମାନେ ଏହି ଅକସ୍ମାତ ଝଡ଼କୁ “ଅପୂର୍ବ ଓ ଭୟାବହ” ବୋଲି ବର୍ଣ୍ଣନା କରିଥିବା ବେଳେ ଗତ ୧୦ ବର୍ଷ ଭିତରେ ଏମିତି ଝଡ଼ ତୋଫାନ ସହ କୁଆପଥର ହୋଇନଥିବା ଅନୁମାନ କରାଯାଉଛି |