Hot Posts

6/recent/ticker-posts

ନାମୀ କଳାକାର ଆସିଲେ ମଧ୍ୟ ଦର୍ଶକ ନାହିଁ: ମାରାଗୁଡା ମହୋତ୍ସବରେ ଚାଞ୍ଚଲ୍ୟକର ଦୃଶ୍ୟ

ନୂଆପଡ଼ା, ୦୬/୦୪ ( ପରମେଶ୍ୱର ମେହେର ) : ମାରାଗୁଡା ଲୋକ ମହୋତ୍ସବରେ ଦର୍ଶକଙ୍କ ଅଭାବ ଯୋଗୁ ଚୌକି ଖାଲି ପଡ଼ିଥିବା ଦେଖ‌ିବାକୁ ମିଳିଥିଲା। ଏପ୍ରିଲ ୧ ରୁ ଚାଲିଥିବା ମହୋତ୍ସବରେ ଅତିଥ୍, ଭିଆଇପି, ଅଧୁକାରୀ, କର୍ମଚାରୀ, ଖବରଦାତା, ନିର୍ବାଚିତଜନପ୍ରତିନିଧ୍, ଦର୍ଶକମାନଙ୍କ ପାଇଁ ୫ ହଜାର ଚୌକି ପଡିଛି। ବିଭିନ୍ନ ଦିନରେ ଅନେକ ନାମୀଦାମୀ କଳାକାର ଆସି ନାଚଗୀତରେ ଦୁଲକେଇ ଦେଉଛନ୍ତି। ହେଲେ ଦର୍ଶକଙ୍କ ଅଭାବ ଯୋଗୁ ଚୌକି ସବୁ ଖାଲି ପଡିଛି। ଯେଉଁମାନେ ମହୋତ୍ସବ ଦେଖ‌ିବାକୁ ଯାଉଛନ୍ତି ମଞ୍ଚଙ୍କୁ ନ ଦେଖ୍ ଆଗ ଚୌକିକୁ ଦେଖୁଛନ୍ତି। ମାରାଗୁଡା ଲୋକ ମହୋତ୍ସବରେ ଖାଲି ଚୌକି ଆକର୍ଷଣ କରୁଛି ବୋଲି ବାଟେଘାଟେ ଚର୍ଚ୍ଚା ହେଉଛି। ଏହି ଲୋକ ମହୋତ୍ସବ ନୂଆପଡ଼ା ସହର ଭିତରେ ନ ହୋଇ ଖରିଆର ରୋଡ଼ ଓ ନୂଆପଡ଼ା ମଧ୍ୟ ଭାଗରେ ସହରଠାରୁ ୭ କିଲୋମିଟର ଦୂରରେ ହେଉଥିବାରୁ ସହର ଲୋକେ ଯିବା ପାଇଁ ଇଛା ପ୍ରକାଶ କରୁନାହାନ୍ତି। ମହୋତ୍ସବ ରାତି ୧୨ଟାରେ ହେଉଛି, ସରିଲା ପରେ କେଉଁଠି ରହିବୁ ବୋଲି ବାହାର ନାର ଲୋକେ ଆସୁ ନ ଶେଷ ଥିବା ଅନୁମାନ କରାଯାଉଛି। ଏହା ପୂର୍ବରୁ ସୁଭଦ୍ରା ଶକ୍ତି ମେଳା ଉକ୍ତ ପଡିଆରେ ସପ୍ତାହ ବ୍ୟାପି ହୋଇଥିଲା। ସେହି ମେଳାରେ ମଧ୍ଯ ଦର୍ଶକ ଅଭାବରୁ ଚୌକି ଖାଲି ପଡୁଥିଲା। ଏହାକୁ ଦେଖ୍ ନୂଆପଡ଼ା ସହରବାସୀ, ଓକିଲ ସଂଘ, ଖବରଦାତା ସଂଘ, ଶିକ୍ଷକ ସଂଘ, ବିଭିନ୍ନ ଅନୁଷ୍ଠାନ ନୂଆପଡ଼ା ସହରର କୌଣସି ନିର୍ଦ୍ଦିଷ୍ଟ ପଡ଼ିଆରେ ମହୋତ୍ସବ ଆୟୋଜନ କରିବା ପାଇଁ ଦାବି କରିଥିଲେ। ଜିଲାପାଳ ବସ୍, ଅଟୋ ଦ୍ବାରା ଲୋକଙ୍କୁ ପଡିଆଙ୍କୁ ନିଆଯିବ ବୋଲି କହିଥିଲେ। ମହୋତ୍ସବରେ ଦର୍ଶକଙ୍କ ଅଭାବ ଯୋଗୁ ଭିଡ ଜମାଇବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଶିକ୍ଷକ, ଅଙ୍ଗନୱାଡି କର୍ମୀ, ସହାୟିକା, ସରକାରୀ ଫଳରେ କେବଳ ଅଧିକାରୀ, କର୍ମଚାରୀମାନଙ୍କୁ । ମହୋତ୍ସବ ପଡିଆରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସରକାରୀ ଅଧିକାରୀ ଓ କର୍ମଚାରୀ ମହୋତ୍ସବରେ ଦେଖା ଯାଉଥିଲେ। ଛତିଶଗଡ ପୀମାନ୍ତରେ ନୂଆପଡା ରହିଥ‌ିବାରୁ ଏଠିକାର ୯୦ ପ୍ରତିଶତ ଲୋକେ ଛତିଶଗଡ଼ି ଓ ହିନ୍ଦି ଭାଷାରେ କଥାବାର୍ଭା ହୁଅନ୍ତି। ଓଡ଼ିଆ ଭାଷା ବୁଝିପାରନ୍ତି, କହିପାରନ୍ତି ନାହିଁ ବୋଲି ଆଧୁନିକ ଗୀତ ଗାୟକମାନଙ୍କରେ ସେତେ ଭିଡ ପରିଲକ୍ଷିତ ନ ହୋଇ ଶେଷ ସନ୍ଧ୍ୟାରେ ସମ୍ବଲପୁରୀ ଗାୟକ ଉମାକାନ୍ତ ବାରିକଙ୍କ ଅର୍କେଷ୍ଟ୍ରା ହୋଇଥିବାରୁ ଏକ ପ୍ରକାର ଭିଡ ଜମିଥିଲା।