ଭବାନୀପାଟଣା ନିକଟରେ ଗୋମାଂସ ଚୋରାଚାଳାଣ ଅଭିଯୋଗ: ଗୋସେବକଙ୍କ ହାତରେ ଧରାପଡ଼ିଲା ଅଭିଯୁକ୍ତ
ଭବାନୀପାଟଣା, ୦୫/୦୪ ( ବିଷ୍ଣୁ ଚରଣ ସ୍ୱାଇଁ ) : ଏହା ଖୁବ ଦୁଃଖର କଥା ଯେ, ଭବାନୀପାଟଣା ଟାଉନରୁ କେବଳ ୧୦ କି.ମି. ଦୂରରେ ଶଗଡ଼ା ନିକଟସ୍ଥ ଗୋଟିଏ ଗାଁରେ ନିରନ୍ତର ଭାବେ ଗୋମାତା ଙ୍କୁ କାଟି ଗୋମାଂସ ଭବାନୀପାଟଣା ଟାଉନକୁ ଆଣି ବିକ୍ରି କରାଯାଉଥିବା ସୂଚନା ମିଳୁଥିଲା। ଆଜି ଗୋଟିଏ ଗୁପ୍ତ ସୂଚନା ମିଳିବା ପରେ ସେହି ସ୍ଥାନରେ ନଗରର ଗୋସେବକ ମାନେ ଏକ ଦଳ ଗଠନ କରି ନିଜ ଜୀବନକୁ ଝୁକିରେ ପକାଇ ସେହି ଗୋହତ୍ୟାକାରୀକୁ ଧରିବାରେ ସଫଳ ହୋଇଥିଲେ ଏବଂ ପୁଲିସ ପ୍ରଶାସନକୁ ଡାକି ସେଠାରେ ତାଙ୍କୁ ହସ୍ତାନ୍ତର କରାଗଲା।
କଳାହାଣ୍ଡି ଜିଲ୍କା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ